Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅପହଞ୍ଚ ଅଞ୍ଚଳରେ ଅପପୁଷ୍ଟି ବିରୋଧରେ ଏକ ବଳିଷ୍ଠ ଅଭିଯାନ-‘ସୋପାନ’

by ସଞ୍ଜୟ ସ୍ୱାଇଁ
February 10, 2021
in Feature News
ଅପହଞ୍ଚ ଅଞ୍ଚଳରେ ଅପପୁଷ୍ଟି ବିରୋଧରେ ଏକ ବଳିଷ୍ଠ ଅଭିଯାନ-‘ସୋପାନ’
102
VIEWS
Share on FacebookShare on Twitter

ଭୁବନେଶ୍ୱର,,(ବାଘୁଆବାର୍ତ୍ତା): ୫‘ଟି’ ଆଧାରରେ ରାଜ୍ୟର କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ପୁଷ୍ଟିହୀନତା ଓ ରକ୍ତହୀନତା ଦୂର କରିବା ସହ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପୁଷ୍ଟିଗତ ସ୍ଥିତିର ଉନ୍ନତି ଆଣିବା ନିମନ୍ତେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ସୋପାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନା ରାଜ୍ୟର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ଅପହଞ୍ଚ ବ୍ଲକ୍‌ର ପୁଷ୍ଟିଗତ ସ୍ଥିତିର ଉନ୍ନତି ଆଣିବା ଦିଗରେ ଯଥେଷ୍ଟ ଫଳପ୍ରଦ ହେବ । ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆଗାମୀ ୫ ବର୍ଷରେ ୧୦୦୦ କୋଟି ଟଙ୍କା ବିନିଯୋଗ କରିବାର ପ୍ରସ୍ତାବ ରହିଛି ।
ସେପାନ କାର୍ଯ୍ୟକ୍ରମର ପ୍ରମୁଖ ନିଷ୍ପତ୍ତି –
ପୁଷ୍ଟିଗତ ସ୍ତରରେ ଅତ୍ୟନ୍ତ ନିମ୍ନସ୍ତରରେ ଥିବା ୧୨୫ଟି ବ୍ଲକ୍‌କୁ ପ୍ରାଧାନ୍ୟ ଦିଆଯିବା ସହ ହିତାଧିକାରୀମାନଙ୍କ ପୁଷ୍ଟିହୀନତା ଦୂରୀକରଣ ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରାଯିବ । ଏହି ଅଞ୍ଚଳରେ ୧୪ରୁ ୧୯ ବର୍ଷର କିଶୋରୀ ବାଳିକା ଯେଉଁମାନେ ଏ ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ଓ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଜନା ଓ ରକ୍ତହୀନତା ନିମନ୍ତେ ପରୀକ୍ଷା ଓ ଚିକିତ୍ସା ପାଇନାହାନ୍ତି ସେମାନଙ୍କ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ । ଗର୍ଭବତୀ ମହିଳାମାନଙ୍କୁ ଟେକ୍‌ହୋମ୍‌ ରାସନ ବ୍ୟତୀତ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଉଥରେ ରନ୍ଧାଖାଦ୍ୟ ପରିବେଷଣ, ୩ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଗୋଷ୍ଠୀ ଦ୍ୱାରା ପରିଚାଳିତ କ୍ରେଚ୍‌ରେ ଖାଦ୍ୟ, ସ୍ୱାସ୍ଥ୍ୟ ପରୀକ୍ଷା ଆଦି ଅଗ୍ରାଧିକାର ଭିତ୍ତିରେ କରାଯିବ ତଥା ଅତିଶୟ ପୁଷ୍ଟିହୀନ ‘ସାମ୍‌’ ଶିଶୁମାନଙ୍କ ନିମନ୍ତେ ପରିମାର୍ଜିତ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ । ଶିଶୁମାନଙ୍କ ଶାରୀରିକ ଅଭିବୃଦ୍ଧିକୁ ନିୟମିତ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ବର୍ଷକୁ ଦୁଇଥର ୦-୬ ବର୍ଷର ପିଲାମାନଙ୍କ ଓଜନ ପରୀକ୍ଷା କରାଯିବ । ୫ ‘ଟି’ କାର୍ଯ୍ୟକ୍ରମ ଅଧୀନରେ ପୁଷ୍ଟିହୀନତା ଦୂର ପାଇଁ ବିଭିନ୍ନ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ ପରେ ଏହି ରଣନୀତି ପ୍ରସ୍ତୁତ କରାଯାଇଛି । ଦେଶରେ ପ୍ରଥମଥର ପାଇଁ ଆମ ରାଜ୍ୟରେ ନୁ୍ୟଟି୍ରସନ ବଜେଟ୍‌ ଆରମ୍ଭ କରାଯାଇଛି । ଖାଦ୍ୟସାରଣୀକୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ଘରକୁ ନେଉଥିବା ଶୁଖିଲା ରାସନରେ ୩ଗୋଟି ଏବଂ ଗରମ ରନ୍ଧାଖାଦ୍ୟରେ ୫ଗୋଟି ଅଣ୍ଡା ପ୍ରତି ସପ୍ତାହରେ ପ୍ରଦାନ କରାଯାଉଛି । ମମତା ଯୋଜନାରେ ଗର୍ଭା ବ ସ୍ଥାରେ ପୁଷ୍ଟି ପାଇଁ ଓ ମଜୁରୀ କ୍ଷତିର ଭର ଣା ପାଇଁ ୪୨ ଲ କ୍ଷରୁ ଅଧିକ ଗର୍ଭବତୀ ଏବଂ ପ୍ରସୂତୀ ମହିଳାଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ପରିପୂରକ ପୁଷ୍ଟିସାଧନ ପାଇଁ ଦିଆଯାଉଥିବା ଛତୁଆ ମାତୃକମିଟି ଓ ଯାଞ୍ଚ କମିଟିର ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଉଛି । ଜିଲ୍ଲା ଖଣିଜ ପାଣ୍ଠି, ଓମ୍ବାଡ୍‌ ଏବଂ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ ମାଧ୍ୟମରେ ପୁଷ୍ଟିହୀନତାର ଧାରାକୁ ରୋକିବା ପାଇଁ ପ୍ରୟାସ କରାଯାଉଛି । ୧୨୫ ଗୋଟି ପୁଷ୍ଟି କ୍ଷେତ୍ରରେ ଅନଗ୍ରସର ପ୍ରକଳ୍ପରେ କିଶୋରୀ ବାଳିକାମାନଙ୍କ ପାଇଁ ସ୍ୱତନ୍ତ୍ର
ପ୍ୟାକେଜ୍‌, ଗର୍ଭବତୀ ପ୍ରସୂତି ମହିଳାଙ୍କ ପାଇଁ ଅତିରିକ୍ତ ଗରମ ରନ୍ଧାଖାଦ୍ୟ ଓ ୩ରୁ କମ୍‌ ବୟସର ଶିଶୁମାନଙ୍କ ପାଇଁ କ୍ରେଚ୍‌, ଶୁଖିଲା ରାସନ ଓ ଗରମ ରନ୍ଧାଖାଦ୍ୟରେ ପୌଷ୍ଟିକ ତତ୍ତ୍ୱ ମିଶ୍ରଣ, ଓଜନ ଉତ୍ସବ ପାଳନ, ବାର୍ଷିକ ପୁଷ୍ଟି ସ୍ଥିତରି ସର୍ଭେ ଓ ୬ ବ ର୍ଷରୁ କ ମ୍‌ ବ ୟସର ଶିଶୁ, କିଶୋରୀ ବାଳିକା, ଗର୍ଭବତୀ, ପ୍ରସୂତି ମହିଳାଙ୍କ ପୁଷ୍ଟି ସାଧନକୁ ସୁନିଶ୍ଚିତ କରିବା ନିମନ୍ତେ ‘ସୋପାନ’ କାର୍ଯ୍ୟକ୍ରମ ଏକ ନୂତନ ମାଇଲଖୁଣ୍ଟ
ସ୍ଥାପନ କରିବ ବୋଲି ଆଶା କରାଯାଏ । ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଅନୁମୋଦିତ ହୋଇଛି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!