Saturday, August 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ରିକେଟ୍ ଖେଳିବେ ଅନୁଷ୍କା!

by ସଞ୍ଜୟ ସ୍ୱାଇଁ
July 4, 2021
in NATIONAL NEWS, Sports
କ୍ରିକେଟ୍ ଖେଳିବେ ଅନୁଷ୍କା!
123
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବ୍ୟାଟ୍ ଧରି ପଡିଆକୁ ଓହ୍ଲାଇବେ ମିସେସ୍ କୋହଲି। ଭାରତୀୟ କ୍ରିକେଟ୍ ଅଧିନାୟକ ବିରାଟ କୋହଳିଙ୍କ ଭଳି ସେ ମଧ୍ୟ ମାରିବେ ଚଉକା ଛକା । ବିରୋଧୀ ଦଳ ବଲ୍‌ର କରିବେ ସାମ୍ନା। ପଡିଆରେ କରିବେ ରନ୍‌ର ବର୍ଷା। ସେହିପରି ବଲିଂ କରି ଅନ୍ୟ ଦଳକୁ କରିବେ କ୍ଲିନ୍ ବୋଲ୍ଡ। ଅଭିନେତ୍ରୀରୁ କ୍ରିକେଟର ପାଲଟିବେ ଅନୁଷ୍କା ଶର୍ମା। ଭାରତୀୟ ମହିଳା କ୍ରିକେଟର ଝୁଲନ୍ ଗୋସ୍ୱାମୀଙ୍କ ବାୟୋପିକ୍‌ରେ ନଜର ଆସିବେ ଅନୁଷ୍କା। ଦୀର୍ଘ ଦିନ ପରେ ସେ ଏହି ଫିଲ୍ମରେ ବଡ ପରଦାକୁ ବ୍ୟାକ୍ କରିବେ। ଏହି ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଅନୁଷ୍କା। ହାତରେ ବଲ୍ ଏବଂ ବ୍ୟାଟ୍ ଧରି ପଡିଆରେ ଏବେ ଠାରୁ ହିଁ ଅଭ୍ୟାସ କରୁଛନ୍ତି ମିସେସ୍ କୋହଲି। ଝୁଲନ୍ ଗୋସ୍ୱାମୀଙ୍କ ଜର୍ସି ପିନ୍ଧି ଅନୁଷ୍କାଙ୍କ ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ଝୁଲନ୍ ଏବଂ ଅନୁଷ୍କା ଉଭୟଙ୍କୁ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ମୁତାବକ କୁହାଯାଉଛି ଯେ, ଏହି ବାୟୋପିକ ଫିଲ୍ମର ସୁଟିଂ ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଔପଚାରିକ ରୂପେ କୌଣସି ଘୋଷଣା କରାଯାଇନାହିଁ। ଝୁଲନ୍ ଗୋସ୍ୱାମୀ ହେଉଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଜଣେ ଦକ୍ଷ ବୋଲର୍। ସେ ‘ଚକ୍‌ଦହା’ ଏକ୍ସପ୍ରେସ୍ ରୂପେ ବେଶ୍ ପରିଚିତ। ଝୁଲନ୍ ନିଜ ନାଁରେ ଅନେକ ରେକର୍ଡ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୧୯ ବର୍ଷ ପୂରଣ କରିସାରିଥିବା ଝୁଲନ୍ ନିଜ କ୍ୟାରିଅର୍‌ରେ ୩୦୦ରୁ ଅଧିକ ୱିକେଟ ହାତେଇ ସାରିଛନ୍ତି। ଝୁଲନ୍ ଇଣ୍ଟରନ୍ୟାସନାଲ କ୍ରିକେଟରେ ୩୩୩, ୧୦୮ଟି ୱାନ୍ ଡେ’ ମ୍ୟାଚ୍‌ରେ ୨୩୬ଟି ୱିକେଟ ହାସଲ କରିଥିବା ପ୍ରଥମ ମହିଳା କ୍ରିକେଟ ଭାବେ ଇତିହାସ ରଚି ସାରିଛନ୍ତି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!