Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିରାଟଙ୍କ ବୋଲିଂରେ ଅନୁଷ୍କା ଆଉଟ

by ସଞ୍ଜୟ ସ୍ୱାଇଁ
October 5, 2024
in NATIONAL NEWS, Sports
ବିରାଟଙ୍କ ବୋଲିଂରେ ଅନୁଷ୍କା ଆଉଟ
188
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍ ବିରାଟ କୋହଲି ହେଉଛନ୍ତି ବଲିଉଡ୍‌ର ‘ପାୱାର୍ କପଲ୍’। ସେ ଦୁଇ ଜଣଙ୍କ ସଂପର୍କର ନିବିଡ଼ତା କାହାକୁ ବା ଅଛପା! ଅନେକ ସମୟରେ ଏହି ପତି-ପତ୍ନୀଙ୍କୁ ମଜାଳିଆ ଅନ୍ଦାଜରେ ଦେଖିବାକୁ ମିଳିଥାଏ। ନିକଟରେ ଅଭିନେତ୍ରୀ ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏକ ଭିଡିଓ ପ୍ରସାର କରିଛନ୍ତି, ଯେଉଁଥିରେ ପତି-ପତ୍ନୀଙ୍କୁ ଏକାସାଥିରେ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିଛି। ବିରୁଷ୍କାଙ୍କ ଏହି ମନୋରଞ୍ଜନପୂର୍ଣ୍ଣ ଭିଡିଓଟି ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭଲ ଭଲ କମେଣ୍ଟ୍ ଲେଖି ଦୁହିଁଙ୍କୁ ଉତ୍ସାହିତ କରିଛନ୍ତି। ଦୁନିଆଯାକର କ୍ରିକେଟର୍‌ଙ୍କୁ ସାମ୍ନା କରିବା ପରେ ଟିମ୍ ଇଣ୍ଡିଆର୍ ପୂର୍ବତନ ଅଧିନାୟକ ବିରାଟ ଏବେ ତାଙ୍କ ପ୍ରିୟତମା ପତ୍ନୀ ଅନୁଷ୍କାଙ୍କ ମୁକାବିଲା କରୁଥିବାର ଭିଡିଓରେ ନଜର ଆସିଛନ୍ତି। ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ଅନୁଷ୍କା ବିରାଟଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ କ୍ରିକେଟ୍‌ରେ ସେ ତାଙ୍କୁ ହରାଇ ଦେବେ। ଅବଶ୍ୟ ତାହା ଭିନ୍ନ କଥା ଯେ ଅନୁଷ୍କା ଯେଉଁ ସର୍ତ୍ତ ରଖିଥିଲେ ସେଥିରେ ସେ କାହାକୁ ବି ହରାଇ ଦେବା ସମ୍ଭବ ଥିଲା। ତା’ ସତ୍ତ୍ବେ ବିରାଟ୍‌ଙ୍କ ବଲ୍‌କୁ ସାମ୍ନା କରିପାରିଲେନି ସେ। ଦ୍ବିତୀୟ ବଲ୍‌ରେ ହିଁ ଆଉଟ୍ ହୋଇଗଲେ ଅନୁଷ୍କା। ପତ୍ନୀ ଅନୁଷ୍କାଙ୍କ ସର୍ତ୍ତ ଥିଲା କି ବିରାଟ ଯଦି ୩ ଥର ବଲ୍ ମିସ୍ କରିଦିଅନ୍ତି ବା ତାଙ୍କ ଶରୀରରେ ବାଜେ ତେବେ ସେ ଆଉଟ୍ ହୋଇଯିବେ। କେବଳ ସେତିକି ନୁହେଁ, ବଲ୍‌କୁ ଜୋର୍ କରି ମାରିଲେ ବି ସେ ଆଉଟ୍ ହୋଇଯିବା ପରି ସର୍ତ୍ତ ରଖିଥିଲେ। ସ୍ବାମୀଙ୍କୁ ଅନେକ ମନଗଢ଼ା ସର୍ତ୍ତରେ ବାନ୍ଧିବା ପରେ ମଧ୍ୟ ଅନୁଷ୍କା ଦ୍ବିତୀୟ ବଲ୍‌ରେ ଆଉଟ୍ ହୋଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଅନୁଷ୍କାଙ୍କ ବଲ୍‌କୁ କିନ୍ତୁ ବିରାଟ୍ ଲମ୍ବା ସଟ୍ ଲଗାଇ ପ୍ରଶଂସକଙ୍କ ମନ ଜିଣିଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!