ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୋଷ୍ଠୀ ସଂଘର୍ଷକୁ ନେଇ ଗାଁ ଦାଣ୍ଡରେ ଫୁଟିଲା ବୋମା । ବୋମା ଫୁଟାକୁ ନେଇ ଆତଙ୍କିତ ସାହି ପଡିଶା । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଅଞ୍ଚଳରେ । ଅନୁଗୁଳ ଜିଲ୍ଲା ବଡ କନ୍ତକୁୁଖ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଖୀଳ ବେହେରାଙ୍କ ପରିବାର ଓ ଶିଶିର ସାହୁଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ରାଗରେ ଜଜତିତ ହୋଇ ଶିଶିର ଘରେ ରଖିଥିବା ଏକ ଦେଶୀ ବନ୍ଧୁକରେ ଅଖିଳମେବହେରାଙ୍କ ଉପରକୁ ଗୁଳୀମାଡ଼ କରିବା ସହ ଟାଙ୍ଗିଆରେ ଆକ୍ରମଣ ହୋଇଥେô÷ବା ନେଇ ଅଭିଯୋଗ ହୋଇଛି । ଅଖିଳଙ୍କ ବାମ ହାତରେ ଗୁଳି ବ ।ଜିଛି । ଆହାତଙ୍କୁ ପରିବାର ଲୋକଙ୍କ ପକ୍ଷରୁ ପ୍ରଥମେ ବନ୍ତଳା ମେଡିକାଲ ଓ ପରେ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ୍ ତଦନ୍ତ ଜାରକି କରିଛି ।





