Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୋସିଆଲ ମିଡିଆ ପାଇଁ ସମୟ ପାଉଛନ୍ତି ବର୍ଷା, କୋର୍ଟକୁ ଆସିବାକୁ ସମୟ ନାହିଁ

by ସଞ୍ଜୟ ସ୍ୱାଇଁ
June 24, 2021
in Lifestyle, State
ଶୋସିଆଲ ମିଡିଆ ପାଇଁ ସମୟ ପାଉଛନ୍ତି ବର୍ଷା, କୋର୍ଟକୁ ଆସିବାକୁ ସମୟ ନାହିଁ
190
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଅଭିନେତାରୁ ନେତା ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗୁଛି। ମଧ୍ୟସ୍ଥ କେନ୍ଦ୍ରକୁ ଆସିନାହାନ୍ତି ଅଭିନେତ୍ରୀ ପତ୍ନୀ ବର୍ଷା। ଅସନ୍ତୋଷ ଝାଡ଼ିଛନ୍ତି ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନଥିବା କହିଲେ ଅନୁଭବ। ଅନୁଭବ କହିଛନ୍ତି-“ଗତକାଲି ମୁଁ ଆସିଥିଲି। ହେଲେ ସେ ଆସିଲେନି। ଆଜି ମଧ୍ୟ ଆସିଲି। ସେ ଆସିଲେନି। ସୋଶିଆଲ ମିଡିଆ ପାଇଁ ସମୟ ପାଉଛନ୍ତି। କୋର୍ଟକୁ ଆସିବାକୁ ସମୟ ନାହିଁ। ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନାହାନ୍ତି।” ସେ ଆହୁରି କହିଛନ୍ତି “ମୁଁ ଆରମ୍ଭରୁ କହିଥିଲି ଘରୋଇ ମାମଲା। ବାହାରେ କେଉଁଠି କିଛି କହିବାକୁ ଚାହୁଁନଥିଲି। କିନ୍ତୁ ବାଧ୍ୟ ହେଉଛି କେତୋଟା କଥା କହିବାକୁ। ଛାଡ଼ପତ୍ର ପାଇଁ ଦିଲ୍ଲୀରେ ମୁଁ ମାମଲା କରିଥିଲି। ତା’ପରେ ବର୍ଷା ମୋ’ ବିରୋଧରେ ଦୁଇଟି ମାମଲା କରିଥିଲେ। ଠିକ୍‌ ଅଛି ସେ ନ୍ୟାୟାଳୟରେ ଦ୍ୱାରସ୍ଥ ହେଲେ। ମୋର ସେଥିରେ କିଛି କହିବାର ନାହିଁ। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ। କିନ୍ତୁ ଗୋଟିଏ କଥା ବଝି ପାରୁନାହିଁ, ତାଙ୍କର ସବୁ ପିଟିସନ୍‌ ଉପରେ ବାରମ୍ୱାର ରିପ୍ଲାଏ କଲିଣି। ହେଲେ ରିପ୍ଲାଏ ରିସିଭ୍‌ କରିବାକୁ କେହି ଆସୁ ନାହାନ୍ତି।” ମାତ୍ର ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ପୂର୍ବରୁ ଅନୁଭବ ମଧ୍ୟ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିବା ବର୍ଷା ଅଭିଯୋଗ କରିଥିଲେ। ଏବେ ଅନୁଭବ ଆସୁଛନ୍ତି। ମାତ୍ର ବର୍ଷା ଆସୁନାହିଁ। ଯାହାକୁ ନେଇ ଆଜି ଅନୁଭବନ ଅସନ୍ତୋଷ ଝାଡ଼ିଛନ୍ତି। ଛାଡ଼ପତ୍ର ପାଇଁ ଅନୁଭବ କୋର୍ଟରେ ଆବେଦନ କରିବା ପରେ ମୁହଁ ଖୋଲିଥିଲେ ପତ୍ନୀ ବର୍ଷା। ତାଙ୍କୁ ତାଙ୍କ ସ୍ୱାମୀ ନିର୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ ବର୍ଷା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!