ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦୂତୀ ଚାନ୍ଦ ଏବଂ ଅନୁରାଣୀଙ୍କୁ ଚଳିତ ବର୍ଷ ଜାପାନ୍ର ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକ୍ ପାଇଁ ସୁଯୋଗ ମିଳିଛି । ବିଶ୍ୱମାନ୍ୟତା ଅନୁସାରେ ଏହି ଦୁଇ ଜଣଙ୍କୁ ଅଲମ୍ପିକ୍ ପାଇଁ ସୁଯୋଗ ମିଳିଛି । ଦୂତୀ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଅଂଶ ଗ୍ରହଣ କରିପାରିବେ । ୧୦୦ ମିଟରରେ ୨୨ ସ୍ଥାନ ଖାଲି ଥିଲା । ୨୦୦ ମିଟରରେ ୧୫ ସ୍ଥାନ ଖାଲି ଥିବାରୁ ଦୂତୀଙ୍କୁ ଏହି ସୁଯୋଗ ମିଳିଛି । ଟୋକିଓ ଅଲମ୍ପିକ୍ ପାଇଁ ଜୁନ୍ ୨୯ ତାରିଖ ମଧ୍ୟରେ କ୍ୱାଲିଫାଏ କରିବା ପାଇଁ ଥିଲା । ମାତ୍ର ଏହା ପରେ ରାଙ୍କିଙ୍ଗ୍ ଆଧାରର ଦୂତୀ ଏବଂ ଅନୁରାଣୀଙ୍କୁ ସୁଯୋଗ ମିଳିଛି । କିଛି ଦିନ ତଳେ ମାତ୍ର ୦.୦୨ ସେକେଣ୍ଡ ପାଇଁ ଦୂତୀ ଯୋଗ୍ୟତା ପାଇବାରୁ ବଞ୍ଚିତ ହୋଇଥିଲେ। ଅଲମ୍ପିକ୍ ଯୋଗ୍ୟତା ପାଇଁ ୧୧.୧୫ ସେକେଣ୍ଡର ଆବଶ୍ୟକତା ରହୁଥିବା ବେଳେ ସେ ୧୧.୧୭ ସେକେଣ୍ଡରେ ଦୌଡ ପୂରଣ କରିଥିଲେ ।






