Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାମ ଦେଉଛି କି ଆଣ୍ଟିବଡି ଥେରାପି! ଗୋଟିଏ ଦିନରେ ଭଲ ହେଲେ ୮୪ ବର୍ଷୀୟ ବୃଦ୍ଧ

by ସଞ୍ଜୟ ସ୍ୱାଇଁ
May 28, 2021
in NATIONAL NEWS
କାମ ଦେଉଛି କି ଆଣ୍ଟିବଡି ଥେରାପି! ଗୋଟିଏ ଦିନରେ ଭଲ ହେଲେ ୮୪ ବର୍ଷୀୟ ବୃଦ୍ଧ
169
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କରୋନା ବିରୋଧୀ ଲଢ଼େଇରେ ଆଣ୍ଟିବଡି ଥେରାପି ହେବ କି ଶେଷ ଅସ୍ତ୍ର? ଭାରତରେ ଏହାର ପ୍ରଥମ ପ୍ରୟୋଗ ସଫଳ ହେବା ପରେ ଦୃଢ଼ ହୋଇଛି ବିଶ୍ୱାସ। ଆଣ୍ଟିବଡ଼ି କକଟେଲ୍ ଦିଆଯିବାର ଦିନକ ପରେ ଜଣେ ୮୪ ବର୍ଷୀୟ ବୃଦ୍ଧ କରୋନାମୁକ୍ତ ହୋଇଛନ୍ତି। କରୋନା ଲଢେଇର ନୂଆ ଅସ୍ତ୍ର ଆଣ୍ଟିବଡ଼ି କକ୍‌ଟେଲ୍‌। ଭାରତରେ ବି ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଯାଇଛି। ଖୁସି ଖବର ହେଉଛି ଏହି ଇଞ୍ଜେକସନ୍ ଦିଆଯିବାର ଦିନକ ପରେ ବହୁବିଧ ସ୍ୱାସ୍ଥ୍ୟ ସମସ୍ୟା ଥିବା ୮୪ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନ ଏହି ସୂଚନା ଦେଇଛନ୍ତି। ତେବେ ସଂପୃକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖାଯାଇଛି ଏବଂ ଆଣ୍ଟିବଡ଼ି ଚିକିତ୍ସା କିଭଳି କାମ ଦେଉଛି ତାର ଅନୁଧ୍ୟାନ କରାଯାଉଥିବା ଡାକ୍ତର ତ୍ରେହାନ କହିଛନ୍ତି। ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରେ ଆକ୍ରାନ୍ତ ହେବା ସମୟରେ ତାଙ୍କୁ ଆଣ୍ଟିବଡ଼ି କକ୍‌ଟେଲ ଦିଆଯାଇଥିଲା। ସେହିପରି ଆମେରିକା ଓ ୟୁରୋପରେ ଏହି ଚିକିତ୍ସା ପଦ୍ଧତିର ବହୁଳ ବ୍ୟବହାର କରାଯାଉଛି। କୋଭିଡ୍ ସଂକ୍ରମିତ ହେବାର ୭ରୁ ୮ ଦିନ ମଧ୍ୟରେ ଆଣ୍ଟିବଡ଼ି ଚିକିତ୍ସା କରାଗଲେ ୭୦ରୁ ୮୦ ପ୍ରତିଶତ ରୋଗୀଙ୍କୁ ହସପିଟାଲ ଯିବାକୁ ପଡିବ ନାହିଁ ବୋଲି ପରୀକ୍ଷଣରୁ ସ୍ପଷ୍ଟ ହୋଇଥିବା ଡାକ୍ତର ତ୍ରେହାନ ସୂଚନା ଦେଇଛନ୍ତି। ମନୋକ୍ଲାନାଲ ଆଣ୍ଟିବଡ଼ି ଏଭଳି ଏକ ଔଷଧ ଯାହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଏ। ତେବେ ଏହା କୌଣସି ରାସାୟନିକ ଯୌଗିକ ନୁହେଁ। ଏହା ରୋଗ ବିରୋଧରେ ଲଢୁଥିବା ଏକ ପ୍ରୋଟିନ୍, ଯାହାକୁ କୃତ୍ତିମ ଉପାୟରେ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଏ। ମନୋକ୍ଲୋନାଲ ଆଣ୍ଟିବଡ଼ି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନକଲ କରିଥାଏ। ଫଳରେ ଭୂତାଣୁ ଓ ଅନ୍ୟ ହାନିକାରକ ଅଣୁଜୀବର ମୁକାବିଲା ପାଇଁ ଶରୀର ପୂର୍ବ ଅପେକ୍ଷା ଆହୁରି ଭଲ ଭାବେ ସମର୍ଥ ହୁଏ। ଦୁଇଟି ମନୋକ୍ଲୋନାଲ ଆଣ୍ଟିବଡ଼ି- କାସିରି-ଭିମାଭ ଓ ଇମ୍‌ଡେ-ଭିମାଭକୁ ଶରୀରରେ ଇଞ୍ଜେକଟ୍ କରିବା ଦ୍ୱାରା ଏହା ଭୂତାଣୁକୁ କୋଷ ମଧ୍ୟରେ ପ୍ରବେଶ କରିବାକୁ ଦେଉନଥିବା ଜଣାପଡିଛି। ତେଣୁ କୋଭିଡ୍ ବିରୋଧରେ ଏହା ସଫଳତାର ସହ କାମ କରୁଛି। ସେହିପରି କରୋନାର ବି.୧.୬୧୭ ଷ୍ଟ୍ରେନ ବିରୋଧରେ ବି ଏହା ଫଳପ୍ରଦ ହେଉଛି। ସିପ୍ଲା ଓ ରଶ୍ ଫାର୍ମା କଂପାନି ଭାରତରେ ଆଣ୍ଟିବଡ଼ି କକ୍‌ଟେଲ୍‌ ଲଞ୍ଚ୍ କରିଛନ୍ତି। ଏହାର ଗୋଟିଏ ଡୋଜ୍ ଦାମ୍ ପାଖାପାଖି ୬୦ ହଜାର ଟଙ୍କା ରହିଛି। ସେହିପରି ଆଣ୍ଟିବଡ଼ି କକଟେଲର ମାନବ ପରୀକ୍ଷଣ ଲାଗି ଅନୁମତି ମାଗିଛି ଜାଇଡସ୍ କାଡିଲା ଫାର୍ମା କଂପାନି। ଆଣ୍ଟିବଡ଼ି କକଟେଲ୍ ବ୍ୟବହାର ଦ୍ୱାରା ଫୁସଫୁସ ସଂକ୍ରମଣ କମି ଯାଉଥିବା ପଶୁଙ୍କ ଦେହରେ ହୋଇଥିବା ପରୀକ୍ଷଣରୁ ଜଣାପଡିଛି। ସେହିପରି ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ବେଳେ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!