Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଣ୍ଟିବଡି ଔଷଧ ନେଇଥିବା ୪୦ ରୋଗୀଙ୍କର ଦିନକରେ ଠିକ ହେଲା କରୋନା ଲକ୍ଷଣ

by ସଞ୍ଜୟ ସ୍ୱାଇଁ
June 13, 2021
in Health, NATIONAL NEWS
ଆଣ୍ଟିବଡି ଔଷଧ ନେଇଥିବା ୪୦ ରୋଗୀଙ୍କର ଦିନକରେ ଠିକ ହେଲା କରୋନା ଲକ୍ଷଣ
260
VIEWS
Share on FacebookShare on Twitter

ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ସାରା ବିଶ୍ବ ପାଇଁ କରୋନା ମହାମାରୀ ଏଭ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ବିଶେ‌ଷ କରି ଭାରତର ସ୍ଥିତି ଗତ କିଛି ମାସ ହେବ ଅଣାୟତ ଥିବା ବେଳେ ଏବେ ସାମାନ୍ୟ ସଂକ୍ରମଣ ହ୍ରାସ ପାଇଛି। ମହାମାରୀରୁ ରକ୍ଷା ପାଇଁ ଏବେ ଟୀକାକରଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟରଲୋଜିରେ ୪୦ ରୁ ଅଧିକ କରୋନା ରୋଗୀ ମନୋକ୍ଳୋନାଲ ଆଣ୍ଟିବଡି ଏକ ଏକ ଡୋଜ୍ ଔଷଧ ନେଇଥିଲେ। ହସ୍ପିଟାଲର ଡାଇରେକ୍ଟର ଡକ୍ଟର ନାଗେଶ୍ବର ରେଡ୍ଡୀ କହିଛନ୍ତି, ଏହି ଔଷଧ ରୋଗୀଙ୍କ ଉପରେ ଭଲ ପ୍ରଭାବ ପକାଉଛି। ୨୪ ଘଣ୍ଟା ଭିତରେ ରୋଗୀ ଜ୍ବରରୁ ଭଲ ହେଇଯାଉଛନ୍ତି। ‌ ହାଇଦ୍ରାବାଦ ସ୍ଥିତି ଏସିଆନ୍ ଇଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଟୋରୋଲୋଜି ନିଜର ରିସର୍ଚ୍ଚ ମାଧ୍ୟମରେ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, କ’ଣ ଏହି ଉପଚାର କରୋନାର ସବୁଠାରୁ ଅଧିକ ବିପଦଜନକ ଭାରିଆଣ୍ଟ ଡେଲ୍ଟା ବିରୋଧରେ ପ୍ରଭାବଶାଳୀ ହେବ? ଡକ୍ଟର ରେଡ୍ଡୀ କହିଛନ୍ତି, “ଆମେରିକାରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ମୋନୋକ୍ଲୋନାଲ ଆଣ୍ଟିବଡି ଗୁଡିକର ମାତ୍ର ଗୋଟିଏ ଡୋଜ୍ ଔଷଧ ବ୍ରିଟିଶ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା କରୋନା ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ଅଟେ। ସେ କହିଛନ୍ତି ଯେ ଆମ ଦେଶରେ ଥିବା ଡେଲଟା ଭାରିଆଣ୍ଟ ବିରୋଧରେ ଏହି ଔଷଧକୁ କେହି ପରୀକ୍ଷା କରିନାହାଁନ୍ତି। ସେ କହିଛନ୍ତି ଯେ ଆମେ ବର୍ତ୍ତମାନ ଏହି ଔଷଧ ଏବଂ ଏହାର ଭାଇରସ୍‌ ଉପରେ ଏହାର ପ୍ରଭାବ ପରୀକ୍ଷା କରୁଛୁ। ଏହି ଔଷଧର ପରିଣାମ ଏବେ ଆମ ପାଖରେ ୪୦ ରୋଗୀଙ୍କ ଭିତରେ ରହିଛି। ଏହି ରୋଗୀଙ୍କୁ ଔଷଧ ଦେବାର ଏକ ସପ୍ତାହ ପରେ ଟେଷ୍ଟରେ ପ୍ରାୟ ୧୦୦ ପ୍ରତିଶତ ମାମଲାରେ ଭାଇରସ୍ ଗାଏବ୍ ହୋଇଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!