Sunday, June 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋତି ହେବାକୁ ବସିଲାଣି ଅଂଶୁପା ହ୍ରଦ

by ସଞ୍ଜୟ ସ୍ୱାଇଁ
June 2, 2025
in State
ପୋତି ହେବାକୁ ବସିଲାଣି ଅଂଶୁପା ହ୍ରଦ
60
VIEWS
Share on FacebookShare on Twitter

ବାଙ୍କୀ, (ବାଘୁଆବାର୍ତ୍ତା): ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତମ ହ୍ରଦ ହେଉଛି ଅଂଶୁପା। ଦେଶ ବିଦେଶରୁ ପର୍ଯ୍ୟଟକ ଧାଇଁ ଆସନ୍ତି ଏହି ମଧୁର ଜଳର ହ୍ରଦ ଦେଖିବାକୁ। ଏଠି ବିଗତ ଦିନ ଆପେକ୍ଷା ଅନେକ କିଛି ଉନ୍ନତି ହୋଇଛି। ଆହୁରି ଅନେକ କାମ ହେବାକୁ ରହିଛି। କିନ୍ତୁ ବର୍ତ୍ତମାନ ଯେଉଁ ଭଳି ସ୍ଥିତିରେ ରହିଛି ଏହି ହ୍ରଦ, ଲାଗୁଛି ଯେମିତି ଆଗାମୀ ଦିନରେ ନିଜର ଅସ୍ତିତ୍ବ ହରାଇବ। କାରଣ ହେଉଛି ଏବେ ଅଂଶୁପା ହ୍ରଦ ପୋତି ହେବାକୁ ବସିଲାଣି। ଚାରିପାଖରୁ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଥିବାରୁ କ୍ଷେତ୍ରଫଳ ବି କମିବାରେ ଲାଗିଛି। କାରଣ ଅଂଶୁପା ଚାରିପଟେ ରହିଥିବା ବେସରକାରୀ ଜମିକୁ କିଛି ବିଲ୍ଡର କିଣି ଥିବା ବେଳେ ଅନ୍ୟ ଜମି ପାଇଁ ମୂଲଚାଲ ବି ଚାଲିଛି। ଏହା ପୂର୍ବରୁ ଯଦି ଅଂଶୁପା ହ୍ରଦର ସୁରକ୍ଷା ପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ କରାନଯାଏ ତେବେ ଆଗାମୀ ଦିନରେ ଅଂଶୁପା ହ୍ରଦ ତାର ସୌନ୍ଦର୍ଯ୍ୟ ହରାଇବ। ଆଉ ପ୍ରାଇଭେଟ ଲୋକଙ୍କ କବଜାକୁ ଯିବା ଆଶଙ୍କା ରହିଛି। ଏ ହେଉଛି ଅଂଶୁପା ହ୍ରଦ। ଯାହା ବାଙ୍କୀ ତହସିଲର ବିଷ୍ଣୁପୁର, ଓସ୍ତିଆ, କନ୍ତପହଁରା, ସୁବର୍ଣ୍ଣପୁର, ମାଳବିହାରପୂର ଆଦି ରାଜସ୍ବ ଗ୍ରାମ ଅଧୀନରେ ରହିଛି। ୧୯୬୨ ମସିହା ବନ୍ଦୋବସ୍ତ ଅନୁସାରେ ଏହାର କ୍ଷେତ୍ରଫଳ ୯୬୦ ଏକର ରହିଥିଲା। କିନ୍ତୁ ଏବେ ଏହା ୩୦୦/୪୦୦ ଏକରକୁ ଖସି ଆସିଲାଣି। ଅଂଶୁପାର ଅନେକ ସ୍ଥାନକୁ ଜବର୍ ଦଖଲ କରି ଲୋକେ ଧାନ ଚାଷ କରୁଛନ୍ତି। ଏହା ସହ ସରଣ୍ଡାଗଡ ପାହାଡ଼ରୁ ବାଲି ମାଟି ପଶି ପୋତି ହେଉଛି ଏ ହ୍ରଦ। ଆଗରୁ ଗଭୀରତା ୪୦ ଫୁଟ ରହିଥିବା ବେଳେ ଏବେ ୧୫/୨୦ ରେ ସୀମିତ। ଅଂଶୁପାର ସୁରକ୍ଷା ନେଇ ଏବେ ଚିନ୍ତାରେ ଏହା ଚାରିପାଖରେ ରହିଥିବା ପଞ୍ଚାୟତ ପ୍ରତିନିଧି। ଅଂଶୁପା ହ୍ରଦର ସୋନ୍ଦର୍ଯ୍ୟ ଓ ଜୈବ ବିବିଧତା ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। କିନ୍ତୁ ବର୍ତ୍ତମାନ ଅଂଶୁପାର ଉନ୍ନତିକରଣ କରିବାକୁ ଯାଇ କେବଳ ଭୋଜି ମଣ୍ଡପମାନ କରାଯାଉଛି। କିନ୍ତୁ ଅଂଶୁପାର ବାସ୍ତବ ସୁରକ୍ଷା ପାଇଁ କୌଣସି ଯୋଜନା ମାନ କରାଯାଉ ନାହିଁ। ଅଂଶୁପା ହ୍ରଦ ଏବେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ( ସିଡିଏ) ଅଧୀନରେ ଆସୁଛି। ଯାହାକୁ ନେଇ ସ୍ଥାନୀୟ ନେତା ଓ ଜନପ୍ରତିନିଧି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଅଂଶୁପାର ଉନ୍ନତି ପାଇଁ ଅଂଶୁପା ଉନ୍ନୟନ କର୍ତ୍ତୃପକ୍ଷ ଗଠନ କରାଯାଉ। ଯାହାଦ୍ଵାରା ଅଂଶୁପା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇପାରିବ। ଅଂଶୁପା ହ୍ରଦର ଚାରି ପାଖରେ ରହିଛି ବେସରକାରୀ ଜମି। ଯାହା ଉପରେ ଜମି ଦଲାଲଙ୍କ ରହିଛି ନଜର । ଏମିତି କି କିଛି ଜମି ମଧ୍ୟ ବିକ୍ରି ସରିଛି। ଯାହା ଅଂଶୁପା ହ୍ରଦର କୂଳ ଖାଉଛି। ଏହି ଜମି କିଣୁଥିବା ବିଲଡରଙ୍କ ଲକ୍ଷ୍ୟ ହେଉଛି ବ୍ୟବସାୟ କରିବା। ଯାହାଦ୍ଵାରା ଅଂଶୁପାକୁ ପ୍ରଦୂଷିତ ହେବା ସ୍ଵାଭାବିକ ହେବ। ଏମିତି ହେଲେ ଅଂଶୁପାକୁ ଆସୁଥିବା ବିଦେଶୀ ପକ୍ଷୀ ତ ଆଉ ଆସିବେନି। ସେପଟେ ଅଂଶୁପା ହ୍ରଦ ମାଛ ସ୍ୱାଦ ନିଅlରା। ଆଗରୁ ଏହି ହ୍ରଦରୁ ତିରିଶରୁ ଅଧିକ ଭେରାଇଟର ମାଛ ମିଳୁଥିଲା। ଏବେ ସେତିକି ବି ମିଳୁନାହିଁ। ଅଂଶୁପା ଚାରିପର୍ଶ୍ୱରେ ଦୋକାନ ବାଡ଼ି ଗଢି ଉଠିଲେ ଦୋକାନର କାଚରା ଅଂଶୁପାରେ ପଶି ନଷ୍ଟ ନହେବ କିଏ କହିବ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!