ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ଅଗ୍ରଣି ଶିକ୍ଷାନୁଷ୍ଠାନ ଇନ୍ଷ୍ପାୟାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡା ପ୍ରତିଯୋଗିତା ପିଟିଏସ ପଡିଆରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ସକାଳ ୦୯ ଘଟିକାରେ କ୍ରିଡାବିତ୍ ମାନଙ୍କର ଏକ ୨୦ ଜଣିଆ ଦଳ ଅଧ୍ୟାପକ ମାନସ ରଞ୍ଜନ ବଳବନ୍ତରାଙ୍କ ନେତୃତ୍ୱରେ ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ମସାଲ ଶୋଭାଯାତ୍ରାରେ ଯାଇ ପିଟିଏସ ପଡିଆରେ ପହଞ୍ଚିଥିଲେ ।
ସେଠାରେ ଉପସ୍ଥିତ ଥିବା ଶିକ୍ଷାର୍ଥୀ ମାନେ କରତାଳି ଦେଇ ସ୍ୱାଗତ କରିଥିଲେ । ମୁକ୍ଷ ଅତିଥି ଭାବରେ ଉପସ୍ଥିତ ଥିଲେ ନୟାଗଡ଼ ରେଳ ଷ୍ଟେସନ ମ୍ୟାନେଜର ସଞ୍ଜୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ବିଜୟ କୁମାର ପ୍ରଧାନ, କ୍ରୀଡା ପ୍ରତିଯୋଗିତାକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ଅଧ୍ୟକ୍ଷ ପ୍ରକାଶ କୁମାର ଦଳାଇ ଏବଂ ମନୋଜ କୁମାର ଭଟ୍ଟ, ଚିତ୍ତରଞ୍ଜନ ଭୂୟାଁ, ଲିଜା ଭୋଇ, ଅଭିପ୍ସା ସୁକନ୍ୟା ଏବଂ ସମସ୍ତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନେ । କ୍ରିଡା ହେଉଛି ଜୀବନ ଚର୍ଯ୍ୟାର ଏକ ଅତ୍ୟାବଶ୍ୟକ କାର୍ଯ୍ୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଖେଳିବା ଦ୍ୱାରା ଶରୀର ସୁସ୍ଥ ଏବଂ ମନ ପ୍ରଫୁଲ୍ଲ ରୁହେ ।






