ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ କଣ୍ଟିଲୋ କଂସାରି ସମାଜ କଲ୍ୟାଣ ମଣ୍ଡପଠାରେ ସତ୍ୟସାଇ ଟିୟୁଟୋରିଆଲ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଅନନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗବେଷକ ଗଣେଶ୍ଵର ସ୍ବାଇଁ ଯୋଗ ଦେଇ କଣ୍ଟିଲୋ କୋଳି ଲତା ଭିତରେ ସୃଷ୍ଟି ଭୂଖଣ୍ଡ ହେଉଛି କଣ୍ଟିଲୋ କହିଥିଲେ। ଗଣିତ ଶାସ୍ତ୍ରର ମାଟି ହେଉଛି ଖଣ୍ଡପଡ଼ା ବୋଲି ମୁଖ୍ୟ ଅତିଥି କହିଥିଲେ। ମୁଖ୍ୟବକ୍ତା ଭାବେ ଆଇନଜୀବି ଚନ୍ଦ୍ର ବିଜୟୀ ମିଶ୍ର ଯୋଗ ଦେଇ କଣ୍ଟିଲୋର ଇତିହାସ ବିଷୟରେ ଆଲୋକପାତ କରିଥିଲେ। ଏହା ସହିତ ରାଜ୍ୟ ଓ ଜାତୀୟ ସ୍ତରର ବିଭିନ୍ନ ପ୍ରଶ୍ନ ପଚାରି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପଦ୍ମଶ୍ରୀ ଅରୁଣିମା ସିହ୍ନାଙ୍କ ବିଷୟରେ ମୁଖ୍ୟବକ୍ତା ଉଦାହରଣ ଦେଇଥିଲେ। ବିଶ୍ୱାସ ନଥିଲେ ସଫଳତା ମିଳେ ନାହିଁ ବୋଲି ସମ୍ମାନିତ ଅତିଥି କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ କହିଥିଲେ। କଣ୍ଟିଲୋ ନୀଳମାଧବଙ୍କ ଐତିହ୍ୟ ଓ ମହାନଦୀ ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନେ କାର୍ଯ୍ୟ କରିବାକୁ ସାମ୍ବାଦିକ ଅନୀଲ କୁମାର ପଣ୍ଡା ଆହ୍ଵାନ ଦେଇଥିଲେ। ଭାଷା, ଭୂଷା, ଭୋଜନ, ଭ୍ରମଣ, ଭଜନ, ଭବନ ପ୍ରତି ସଚେତନ ରହିବା ଓ ଦୃଷ୍ଟି ଦେବାକୁ ଓଡ଼ିଆ ଅଧ୍ୟାପକ ନିରୋଦ କୁମାର ମନ୍ତ୍ରୀ କହିଥିଲେ। ଅନ୍ୟତମ ଅତିଥି ଭାବେ କଣ୍ଟିଲୋ ଫାର୍ମାସିଷ୍ଟ ମାନସ ମହାପାତ୍ର ଛାତ୍ରଛାତ୍ରୀଙ୍କୁ ଉପାଦେୟ କଥା କହିଥିଲେ। ଅନୁଷ୍ଠାନ ମୁଖ୍ୟ ତପନ କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ସିଦ୍ଧାର୍ଥ କୁମାର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ ଅନୁଷ୍ଠିତ ହୋଇଥିଲା।





