Friday, July 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଳିଙ୍ଗ ଭାରତୀ ବିଦ୍ୟାନିକେତନରେ ବାର୍ଷିକ ଉତ୍ସବ

by ସଞ୍ଜୟ ସ୍ୱାଇଁ
March 12, 2025
in Nayagarh, State
କଳିଙ୍ଗ ଭାରତୀ ବିଦ୍ୟାନିକେତନରେ ବାର୍ଷିକ ଉତ୍ସବ
107
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): କଳିଙ୍ଗ ଭାରତୀ ବିଦ୍ୟା ନିକେତନ ଷଷ୍ଠଦଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା , ମୁଖ୍ୟ ବକ୍ତା ନାରାୟଣ ମହାପାତ୍ର , ସମ୍ମାନିତ ଅତିଥି ଭାବେ କନ୍ଧନୟାଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଗୁଲୁବାସ ସୁବୁଦ୍ଧି , ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସୁଶିଲ ମିଶ୍ର, ମାନବିକ ଅଧିକାର କାଉନସିଲ ର ସମ୍ପାଦକ ଯାକିରୁଲ୍ଲା ଖାଁ , ବରିଷ୍ଠ ସାମ୍ବାଦିକ ପଦ୍ମନାଭ ବିଶ୍ଵାଳ, ଅବସର ପ୍ରାପ୍ତ ରଣପୁର ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ରାଉତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନଟବର ବେହେରା, ଚାନ୍ଦପୁର କ୍ଲଷ୍ଟର ର ସି,ଆର,ସି,ସି ପ୍ରଶାନ୍ତ କୁମାର ପ୍ରଧାନ, ଘରୋଇ ବିଦ୍ୟାଳୟ ସଂଘର ସଭାପତି ପ୍ରଭାତ କୁମାର ପ୍ରଧାନ ଓ ଅବସର ପ୍ରାପ୍ତ ଓଡ଼ଗାଁ ବ୍ଲକ ସହ ଶିକ୍ଷାଧିକରୀ ଯୋଗ ଦେଇ ବାର୍ଷିକ ଉତ୍ସବ ର ଶୋଭା ମଣ୍ଡନ କରିଥିଲେ । ରବୀନ୍ଦ୍ର କୁମାର ନାୟକ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ।ପିଲାମାନେ କିପରି ମଣିଷ ହେବେ , ମା ମାନଙ୍କର ପିଲାମାନଙ୍କ ପ୍ରତି କଣ ଜଣ କର୍ତ୍ତବ୍ୟ ରହିଛି ପ୍ରତ୍ୟେକ ବିଷୟକୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ବୁଝାଇ ଥିଲେ । ତତ୍ ସହ ପିଲାମାନେ କିପରି ପ୍ରାକ୍ଟିକାଲ ଦ୍ଵାରା ବିଜ୍ଞାନ କୁ ବୁଝି ପାରିବ,,ଆଜିର ସମୟରେ ମୋବାଇଲ କିପରି ପିଲାମାନଙ୍କର ଜ୍ଞାନ କୁ ଖରାପ କରୁଛି ତାହା ମଧ୍ୟ ଅଭିଭାବକ ମାନଙ୍କ ଉଦ୍ଦେଶ୍ୟରେ ଅତିଥି ମାନେ ଅଭିଭାବକ ମାନଙ୍କୁ କହିଥିଲେ ।

ବିଦ୍ୟାଳୟର ଗୁରୁମା ରୋଜାଲିନ ଦାସ ବିବରଣୀ ପାଠ କରିଥିଲେ ଗୋଲ୍ଡେନ ଆରୋ ସାର୍ଟିଫିକେଟ ୩ ଜଣ ଛାତ୍ରଛାତ୍ରୀ ଙ୍କୁ ଓ ଅଲ୍ମ୍ପିୟାଡ ପରୀକ୍ଷା ଗୋଲ୍ଡ ମେଡାଲ , ସିଲଭର ମେଡାଲ ପାଇଥିବା କୁନି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ତତ୍ ସହ ବାର୍ଷିକ କ୍ରୀଡା ଫ୍ୟାନସି ଡ୍ରେସ ପ୍ରତିଯୋଗିତା ରେ କୃତ କାର୍ଯ୍ୟ କରିଥିବା ଛାତ୍ର ଛାତ୍ରୀ , ବିଭିନ୍ନ ପ୍ରତିଯୋଗିତାରେ କୃତ କାର୍ଯ୍ୟ କରିଥିବା ଗରୁମା ତତସହ ଅଭିଭାବକ ମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ କରିଥିବା ମା ମାନଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କଳିଙ୍ଗ ଭାରତୀ ବିଦ୍ୟା ନିକେତନ ଓ ଗୁରୁକୃପା ହାୟର ସେକେଣ୍ଡାରୀ ସ୍କୁଲ ମିଳିତ ଭାବେ ଶ୍ରୀମାନ ସମୀର ସାହୁଙ୍କୁ ଅତିଥି ମାନଙ୍କ ଦ୍ଵାରା ଏକ ହୁଇଲ୍ ଚେୟାର ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ଦ୍ଵାରା ବସନ୍ତ କୁମାର ରାଉତ ଙ୍କୁ କର୍ମଯୋଦ୍ଧା ସମ୍ମାନ ଓ ଶ୍ରୀଯୁକ୍ତ ନଟବର ବେହେରା ଙ୍କୁ ଶିକ୍ଷା ସାରଥୀ ସମ୍ମାନ, ଶ୍ରୀଯୁକ୍ତ ପଦ୍ମନାଭ ବିଶ୍ଵାଳ ଙ୍କୁ କର୍ମବୀର , ଚଳଚ୍ଚିତ୍ର ଅଭିନେତା ସୁଶିଲ ମିଶ୍ର ଙ୍କୁ ସହିଦ ରଘୁ ଦିବାକର କଳା ସମ୍ମାନ, ଆଦର୍ଶ ନୃତ୍ୟ ଗୁରୁ ଭାବେ ପ୍ରଶାନ୍ତ କୁମାର ନାୟକ ଙ୍କୁ ସମ୍ମାନିତ କରିବାସହ ରଣପୁର ବ୍ଲକ୍ ଅଧ୍ୟକ୍ଷା ନିର୍ମଳା ବେହେରା , କନ୍ଧନୟାଗଡ଼ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଗୁଲୁବାସ ସୁବୁଦ୍ଧି ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ତତ ସହ ୫ମ ଶ୍ରେଣୀ ଛାତ୍ରୀ ଅନ୍ନପୂର୍ଣ୍ଣା ମହାରଣା ଓ ୮ମ ଶ୍ରେଣୀ ଛାତ୍ରୀ ରିଶିପ୍ତା ପ୍ରଧାନଙ୍କୁ ମଧ୍ୟ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଦାନ କରାଯାଇଥିଲା । ଛୋଟ ଛୋଟ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ଓ ଦର୍ଶକ ମାନଙ୍କର ମନ କିଣି ନେଇଥିଲା । ବିଦ୍ୟାଳୟର ଗୁରୁମ। ମାନେ ଯଥା ରୋଜାଲିନ ଦାସ , ଲକ୍ଷ୍ମୀପ୍ରିୟା ଦାସ ସୁଜାତା ବେହେରା, ପ୍ରଣତୀ ମାନସିଂହ, ରେଣୁବାଳା ପ୍ରଧାନ, ରଞ୍ଜିତା ମହାପାତ୍ର , ମଞ୍ଚ ପରିଚାଳକ ଭାବେ ଦୀପକ କୁମାର ମହାପାତ୍ର, ବାଙ୍କ ଭାଇ, ସନ୍ତୋଷ ଭାଇ , ବାଲିଆ ଭାଇ ,ଓ ଜାପାନୀ ଭାଇ ଆଦି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ । ପ୍ରଧାନ। ଆଚାର୍ଯ୍ୟ ଶ୍ରୀମତୀ ସୁଜାତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!