Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା

by ସଞ୍ଜୟ ସ୍ୱାଇଁ
July 5, 2021
in Planning and Development, State
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
119
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ୟ୍ୟାୟ ଆରମ୍ଭ। କୋଭିଡ୍‌ ମହାମାରୀ ସମୟରେ ଏହି ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ କିମ୍ବା ଗହମ ଦିଆଯିବ। ଯୋଜନାର ଚତୁର୍ଥ ପର୍ୟ୍ୟାୟ ସମ୍ପ୍ରସାରଣ ଦ୍ୱାରା ଉପକୃତ ହେବେ ଓଡ଼ିଶାର ୩ କୋଟି ୨୪ ଲକ୍ଷ ହିତାଧିକାରୀ। ସ୍କିମ ଅଧିନରେ କେନ୍ଦ୍ର ସରକାର ଜୁଲାଇରୁ ନଭେମ୍ବର ଯାଏ ହିତାଧିକାରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇବେ ଖାଦ୍ୟ ଶସ୍ୟ। ଏଥିପାଇଁ ରାଜ୍ୟକୁ ୧.୦୮ ଲକ୍ଷ ମେଟ୍ରିକ ଟନ୍‌ ଗହମ ଓ ୭.୦୩ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଆବଣ୍ଟନ କରିଛନ୍ତି କେନ୍ଦ୍ର ସରକାର। ଚତୁର୍ଥ ପର୍ୟ୍ୟାୟ ସମ୍ପ୍ରସାରଣ କାରଣରୁ କେନ୍ଦ୍ର ସରକାର ମୋଟ ୩ ହଜାର ୪୪ କୋଟି ଟଙ୍କା ବହନ କରିବେ। ହିତାଧିକାରୀଙ୍କୁ ଚାଉଳ ଓ ଗହମ ଆବଣ୍ଟନ ଲାଗି ଏଫସିଆଇ ଚାଉଳ କିଲୋ ୩୯ ଟଙ୍କା ଓ ଗହମ ୨୮ ଟଙ୍କାରେ କ୍ରୟ କରିଛି। ଏହାପୂର୍ବରୁ ତୃତୀୟ ପର୍ୟ୍ୟାୟରେ ମେ’ ଓ ଜୁନ୍‌ ଦୁଇ ମାସ ପାଇଁ ୨.୮୨ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଏବଂ ୪୩ ହଜାର ମେଟ୍ରିକ ଟନ୍‌ ଗହମ ହିତାଧିକାରୀଙ୍କୁ ଦିଆଯାଇଛି। ତୃତୀୟ ପର୍ୟ୍ୟାୟରେ ଓଡ଼ିଶା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଆବଣ୍ଟନ ପାଇଁ ୧୨୨୦ କୋଟି ଖର୍ଚ୍ଚ କରିଥିଲେ କେନ୍ଦ୍ର ସରକାର।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!