ଭୁବନେଶ୍ୱର,(ବାଘୁଆବାର୍ତ୍ତା): ରାଜ୍ୟ ରାଜନୀତିରେ ଗାଦି ଦୋହଲାଇ ଦେଇଥିବା ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ କମିଶନରେଟ ପୁଲିସ ଗିରଫ୍ କରିଛି । ତେବେ ପୁଲିସ କମିଶନର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ, ଉକ୍ତ ମାମଲାର ତଦନ୍ତ କରିଥିବା ସିବିଆଇ ଟିମ୍ ଆଜି ପୁଲିସ କମିଶନରଙ୍କୁ ଭେଟିଛନ୍ତି । ସିବିଆଇ ପୁଲିସ କମିଶନରଙ୍କୁ ଭେଟିଥିବା ବେଳେ କ’ଣ ଥିଲା ଭେଟିବାର ମୁଖ୍ୟ ଉଦ୍ଦେଶ୍ୟ ଜଣାପଡ଼ିନଥିବା ବେଳେ ସୌଜନ୍ୟ ମୂଳକ ସାକ୍ଷାତ ଥିବା ଆଲୋଚନା କରାଯାଉଛି ।





