Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୋଶିଆଲ ମିଡିଆରେ ନାପସନ୍ଦ, ସ୍ୱାମୀ ଖାଇଲେ ଚାପୁଡା ମାଡ

by ସଞ୍ଜୟ ସ୍ୱାଇଁ
May 24, 2021
in Lifestyle, NATIONAL NEWS
ସୋଶିଆଲ ମିଡିଆରେ ନାପସନ୍ଦ, ସ୍ୱାମୀ ଖାଇଲେ ଚାପୁଡା ମାଡ
533
VIEWS
Share on FacebookShare on Twitter

ମୁମ୍ବାଇ (ବାଘୁଆବାର୍ତ୍ତା): ସ୍ୱାମୀଙ୍କୁ ଚାପୁଡା ମାରିଲେ ଅଭିନେତ୍ରୀ । ଟ୍ରିକ ଶିଖାଉ ଶିଖାଉ ହଠାତ ମାରିଦେଲେ ଚାପୁଡା । ଏହାପରେ ରାଗିଗଲେ ସ୍ୱାମୀ । ବସିଥିବା ଚେଆରରୁ ଉଠି ଚାଲିଗଲେ । ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଅନିତା ହସନନ୍ଦାନି । ସେ ସୋଶିଆଲ ମିଡିଆରେ ବେଶ ସକ୍ରିୟ । ନିକଟରେ ସେ ମା’ ହେବା ପରଠାରୁ ନିଜ ପୁଅ ସମୟ ବିତାଉଛନ୍ତି । ସେ ନିଜ ଇନଷ୍ଟଗ୍ରାମରେ ପ୍ରାୟତଃ ଏବେ ନିଜ ପୁଅ ଏବଂ ସ୍ୱାମୀ ରୋହିତ ସେଟ୍ଟିଙ୍କ ସହ ଫଟୋ ଏବଂ ଭିଡିଓ ସେଆର କରନ୍ତି । ନିକଟରେ ଏଭଳି ହିଁ ଏକ ଭିଡିଓ ସେଆର କରିଛନ୍ତି ଅନିତା । ଯେଉଁଥିରେ ସେ ନିଜ ସ୍ୱାମୀଙ୍କୁ ଚାପୁଡା ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅନିତା ଚାପୁଡା ମାରିବା ପରେ ରୋହିତ ମଧ୍ୟ ଏହାର ପ୍ରତିଶୋଧ ନେବେ ବୋଲି କହିଛନ୍ତି । ତାଙ୍କର ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ସେଆର କରି ଅନିତା ଏହି ଟ୍ରିକକୁ ଘରେ ଟ୍ରାୟ କରିବା ପାଇଁ ନିଜ ପ୍ରଶଂସକଙ୍କୁ କହିଛନ୍ତି । ଏଥିସହ ଏହି ଟ୍ରିକ ସ୍ତ୍ରୀ ମାନଙ୍କୁ ପସନ୍ଦ ଆସିବ ବୋଲି ସେ କହିଛନ୍ତି । ସେପଟେ କେତେକ ୟୁଜର୍ସଙ୍କୁ କିନ୍ତୁ ତାଙ୍କର ଏହି ଭିଡିଓ ପସନ୍ଦ ଆସିନାହିଁ । ଅନେକ ୟୁଜର୍ସ ସ୍ୱାମୀଙ୍କୁ ଚାପୁଡା ମାରିବା ନେଇ ତାଙ୍କୁ ଟ୍ରୋଲ କରିଛନ୍ତି । ଏଭଳି ଭିଡିଓ ସେଆର କରି ଅନିତା ନିଜ ସ୍ୱାମୀଙ୍କୁ ଅପମାନିକ କରିଥିବା ୟୁଜର୍ସମାନେ କହିଛନ୍ତି । ସୋଶିଆଲ ମିଡିଆରେ ଏଭଳି ଭିଡିଓ ପୋଷ୍ଟ କରିବା ଉଚିତ ନୁହେଁ ବୋଲି କହିଛନ୍ତି । ସୂଚନା ମୁତାବକ ଅନିତା ଏବଂ ରୋହିତ ୨୦୧୩ରେ ବିବାହ କରିଥିଲେ । ପରେ ୨୦୨୧ରେ ସେ ପ୍ରଥମଥମର ପାଇଁ ମା’ ହୋଇଥିଲେ । ଅନିତା ଦୀର୍ଘ ଦିନ ଧରି ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଆସିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!