Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୩ଟି ବ୍ଲକରେ ପୋଷାକ ଅନିୟମିତତା ଅଭିଯୋଗ

by Anil Panda
September 30, 2020
in Nayagarh
୩ଟି ବ୍ଲକରେ ପୋଷାକ ଅନିୟମିତତା ଅଭିଯୋଗ
674
VIEWS
Share on FacebookShare on Twitter

ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବୈଠକ ଅନୁଷ୍ଠିତ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ୩ଟି ବ୍ଲକରେ ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କ ପୋଷାକ କିଣାରେ ଅନିୟମିତତା ହୋଇଥିବା ଅଙ୍ଗନବାଡ଼ି କର୍ମଚାରୀ ସଂଘ ଅଭିଯୋଗ କରିଛି । ସୂଚନାନୁସାରେ, ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସହବନ୍ଧିତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ସାମ୍ମୁଖ୍ୟ ଜିଲ୍ଲା କମିର ଏକ ଜରୁରୀ ବୈଠକ ଜିଲ୍ଲା କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅଙ୍ଗନବାଡ଼ି ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ ଯୋଗ ଦେଇ ବିଭିନ୍ନ ସମସ୍ୟା ସଂମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ପଟ୍ଟନାୟକ ଯୋଗ ଦେଇ ବ୍ଲକ ସ୍ତରିୟ କମିଟି ଗଠନକୁ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପକ୍ଷେ, ଗତକାଲିର ଆଲୋଚନା ସମୟରେ ଜିଲ୍ଲାର ୮ଟି ବ୍ଲକ ମଧ୍ୟରୁ ୫ଟି ବ୍ଲକରେ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କ ପୋଷାକ କିଣିବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ଅନୁମତି ଦିଆ ଯାଇଥିବା ବେଳେ ଅନ୍ୟ ୩ଟି ବ୍ଲକରେ ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ପୋଷାକ ସିଲେଇ କରି ଯୋଗାଣ କରିବା ଦାୟିତ୍ୱ ଦିଆଯାଇଥିବା ଆଲୋଚନା ହୋଇଛି । ଖଣ୍ଡପଡ଼ା, ଦଶପଲ୍ଲା ଓ ଓଡ଼ଗାଁ ବ୍ଲକରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୋଷାକ ସିଲେଇ କରି ଯୋଗାଣ କରିବାକୁ ଟେଣ୍ଡର ଦିଆଯାଇଛି । ମାତ୍ର ଏହି ବ୍ଲକରେ ଟେଣ୍ଡର ନେଇଥିବା ଗୋଷ୍ଠୀ ପୋଷାକ ସିଲେଇ ନକରି ବାହାରୁ ଶସ୍ତା ପୋଷାକ କିଣି ଯୋଗାଣ କରୁଥିବା ନେଇ ଜିଲ୍ଲା କମିଟି ଅଭିଯୋଗ କରିଛି । ଯାହାକୁ ନେଇ ଜିଲ୍ଲା କମିଟି ଆଜି ସମାଜମଙ୍ଗଳ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଏଥିସହିତ ସୁପରଭାଇଜରମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ଆସ୍ଥାନ ଜମାଇଥିବାରୁ ଏଭଳି ବହୁ ଅନିୟମିତତା ହେଉଥିବା ମଧ୍ୟ ଅଭିଯୋଗ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦିକା ସୁଶ୍ରୀ ସଂଗୀତା ମହାପାତ୍ର, କୋଷାଧ୍ୟକ୍ଷ ଗୀତାଞ୍ଜଳୀ ସେଠୀ, ଉପଦେଷ୍ଟା ବିମୋଦିନୀ ଦେବୀ ଏବଂ ଅନେକ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!