ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ଜଗନ୍ନାଥ କଲ୍ୟାଣୀମଣ୍ଡପଠାରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ୍ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ଅଙ୍ଗନୱାଡ଼ି ସଂଘ ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ର, ସମ୍ପାଦିକା କୁଞ୍ଜଲତା ଦାସ, ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ବନମାଳି ମିଶ୍ର, ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର ଯୋଗ ଦେଇଥିଲେ । ଅଙ୍ଗନୱାଡ଼ି କର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହା ସହିତ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଥଲା । ନୟାଗଡ଼ ଜିଲ୍ଲା କମିଟି ସଭାନେତ୍ରୀ ପୁନଃ ଜ୍ୟୋସ୍ନାମୟୀ ପଣ୍ଡାଙ୍କୁ ଚୟନ କରାଯାଇଛି । ତା ସହିତ ସମ୍ପାଦିକ ଭାବେ ଗୀତାଞ୍ଜଳୀ ସେଠୀଙ୍କୁ ଚୟନ କରାଯାଇଛି । ଉପସଭାନେତ୍ରୀ ଭାବେ ମେନକା ପଳେଇ, ନିର୍ମଳା ଦାଶ ରଣପୁର, ମଞ୍ଜୁଲତା ସାହୁ ଦଶପଲ୍ଲା, ସହ ସମ୍ପାଦିକା ଇନ୍ଦିରା ନାୟକ ଓ ଅନିତା ଖଣ୍ଡୁଆଳ ନୂଆଁ ଗାଁ, କୋଷାଧ୍ୟକ୍ଷା ଭାବେ ବାସନ୍ତୀ ପ୍ରଧାନଙ୍କୁ ଚୟନ କରାଯାଇଛି । ସଂଗଠନ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ବିନୋଦିନୀ ଦେ଼ଇ ଓ ସଂଗଠନ ମନ୍ତ୍ରୀ ଭାବେ ସଂଗୀତା କରଙ୍କୁ ଚୟନ କରାଯାଇଛି ।





