Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଙ୍ଗନବାଡୀ କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ, ସରକାର ଖୋଲିବେ ପ୍ଲେ ସ୍କୁଲ୍

by ସଞ୍ଜୟ ସ୍ୱାଇଁ
August 5, 2021
in Feature News, NATIONAL NEWS
ଅଙ୍ଗନବାଡୀ କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ, ସରକାର ଖୋଲିବେ ପ୍ଲେ ସ୍କୁଲ୍
255
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ପାଞ୍ଚ ବର୍ଷର ଅବଧି ଲାଗି ଅର୍ଥାତ୍ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ୟ୍ୟନ୍ତ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୨,୯୪,୨୮୩.୦୪ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ କେନ୍ଦ୍ର ସରକାର ୧,୮୫,୩୯୮.୩୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନାରେ ପ୍ଲେ ସ୍କୁଲ ପାଖରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ସ୍ତରରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ୧.୧୬ ନିୟୁତ ବିଦ୍ୟାଳୟ, ୧୫୬ ନିୟୁତର ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ୫.୭ ନିୟୁତରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ। ସମଗ୍ର ଶିକ୍ଷା ଯୋଜନା ହେଉଛି ବିଦ୍ୟାଳୟ ଶିକ୍ଷା ପାଇଁ ଏକ ସମନ୍ୱିତ ଯୋଜନା ଯେଉଁଥିରେ ପ୍ଲେ ସ୍କୁଲ୍ ଶିକ୍ଷା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରେ ବିଦ୍ୟାଳୟ ଶିକ୍ଷାକୁ ଏକ ନିରନ୍ତର ପ୍ରକ୍ରିୟା ଭାବେ ଗ୍ରହଣ କରାଯାଇଛି ଏବଂ ଏହା ଶିକ୍ଷା ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି-୪)ର ଅନୁରୂପ। ଏହି ଯୋଜନା କେବଳ ଶିକ୍ଷା ଅଧିକାର ଆଇନର କାର୍ୟ୍ୟକାରିତାକୁ ସମର୍ଥନ କରିନଥାଏ ବରଂ ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସଗୁଡ଼ିକୁ ଅନୁପାଳନ କରି କାର୍ୟ୍ୟ କରିବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି। ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସ ଆଧାରରେ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନାରେ ଏହିସବୁ ବ୍ୟବସ୍ଥା କରାଯାଇଛି : – ଯୋଜନାର ପ୍ରତ୍ୟକ୍ଷ ପ୍ରସାରକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକ ଆଇଟି ଆଧାରିତ ପ୍ଲାଟଫର୍ମରେ ଡିବିଟି ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ସମସ୍ତ ଶିଶୁ କୈନ୍ଦ୍ରିକ ସହାୟତା ଯୋଗାଇ ଦିଆଯିବ। ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶିକ୍ଷଣ ଏବଂ ଇସିସିଇ ଶିକ୍ଷକମାନଙ୍କ ଇନସର୍ଭିସ ଶିକ୍ଷକ ପ୍ରଶିକ୍ଷଣ ନିମନ୍ତେ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଶିକ୍ଷାଦାନ ଅଧ୍ୟୟନ ସାମଗ୍ରୀ (ଟିଏଲଏମ), ସ୍ୱଦେଶୀ ଖେଳନା ଏବଂ ଗେମ, ଖେଳ ଆଧାରିତ ଅଭ୍ୟାସ ନିମନ୍ତେ ସରକାରୀ ବିଦ୍ୟାଳୟର ପ୍ରାକ୍ ପ୍ରାଥମିକ ଶ୍ରେଣୀରେ ପ୍ରତି ପିଲା ପିଛା ୫୦୦ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ରହିଛି। ଏହି ଯୋଜନା ଅନ୍ତର୍ଗତ ତୃତୀୟ ଶ୍ରେଣୀ ପାଠପଢ଼ା ଶେଷ ସୁଦ୍ଧା ଏବଂ ପଞ୍ଚମ ଶ୍ରେଣୀ ପାଠପଢ଼ା ପରେ ନୁହେଁ, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପଢ଼ିବା, ଲେଖିବା ଏବଂ ସଂଖ୍ୟାଜ୍ଞାନ କ୍ଷେତ୍ରରେ ଆବଶ୍ୟକ ଶାସ୍ତ୍ର ପ୍ରଦାନ କରିବା ସୁନିଶ୍ଚିତ କରିବା ନିମନ୍ତେ ଏକ ଜାତୀୟ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଅଭିଯାନ-‘ନିପୁଣ ଭାରତ’ର ଆରମ୍ଭ କରାଯାଇଛି। ଏହା ଅଧୀନରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଟିଏଲଏମ ବ୍ୟବସ୍ଥା ପାଇଁ ବାର୍ଷିକ ୫୦୦ ଟଙ୍କା ଲେଖାଏଁ, ଶିକ୍ଷକ ମାନୁଆଲ ଓ ସମ୍ବଳ ପାଇଁ ପ୍ରତି ଶିକ୍ଷକଙ୍କ ପିଛା ୧୫୦ ଟଙ୍କା ଏବଂ ଆକଳନ ପାଇଁ ପ୍ରତି ଜିଲ୍ଲା ପିଛା ୧୦-୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ପୂର୍ବର ପ୍ରାକ-ପ୍ରାଥମିକ ବିଦ୍ୟାଳୟକୁ ବାଦ ଦେଇ ପ୍ରାକ-ପ୍ରାଥମିକ ଠାରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ପର୍ୟ୍ୟନ୍ତ ବିଦ୍ୟାଳୟର ଭିତ୍ତିଭୂମି ବିକଶିତ କରାଯିବ। ବାର୍ଷିକ ୬୦୦୦ ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରାଯାଇ ମାଧ୍ୟମିକ ସ୍ତର ପର୍ୟ୍ୟନ୍ତ ପରିବହନ ବ୍ୟବସ୍ଥାକୁ ସମ୍ପ୍ରସାରଣ କରାଯାଇଛି। ୧୬ରୁ ୧୯ ବର୍ଷ ବୟସର ସ୍କୁଲ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସହାୟତା ଯୋଗାଇ ଦିଆଯିବ। ଏସସି, ଏସଟି, ଭିନ୍ନକ୍ଷମ ଶିଶୁଙ୍କ ପାଇଁ ପ୍ରତି ଶ୍ରେଣୀ ପିଛା ଛାତ୍ରଛାତ୍ରୀଙ୍କୁ ମାଧ୍ୟମିକ/ବରିଷ୍ଠ ମାଧ୍ୟମିକ ସ୍ତର ପର୍ୟ୍ୟନ୍ତ ୨୦୦୦ ଟଙ୍କା ଲେଖାଏଁ ଏନଆଇଓଏସ/ଏସଓଏସ ମାଧ୍ୟମରେ ଦିଆଯିବ। ଶିଶୁ ଅଧିକାର ଏବଂ ନିରାପତ୍ତାର ସୁରକ୍ଷା ପାଇଁ ରାଜ୍ୟର ଏଲିମେଣ୍ଟାରୀ ସ୍କୁଲ ଗୁଡ଼ିକ ପିଛା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପାଇଁ ୫୦ ଟଙ୍କାର ଆର୍ଥିକ ସହାୟତା। ବ୍ୟାଗମୁକ୍ତ ଦିବସ, ବିଦ୍ୟାଳୟ କମ୍ପ୍ଲେକ୍ସ, ସ୍ଥାନୀୟ କାରୀଗରଙ୍କ ସହିତ ଇଣ୍ଟର୍ଣ୍ଣସିପ, ପାଠ୍ୟକ୍ରମ ଏବଂ ଶିକ୍ଷାବିଜ୍ଞାନ ସଂକ୍ରାନ୍ତ ସଂସ୍କାର ଆଦିକୁ ସାମିଲ କରାଯାଇଛି। ସମସ୍ତ କେଜିବିଭିଗୁଡ଼ିକୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଉନ୍ନୀତ କରିବାର ବ୍ୟବସ୍ଥା କରାଯାଇଛି। ସେହିପରି ନବମରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ଥିବା ବର୍ତ୍ତମାନର ପୃଥକ ଛାତ୍ରୀନିବାସକୁ ମିଳୁଥିବା ବାର୍ଷିକ ସହାୟତା ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ‘ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ’ ଅନ୍ତର୍ଗତ ତିନି ମାସ ପାଇଁ ଆତ୍ମସୁରକ୍ଷା ତାଲିମ ଦିଆଯିବ ଏବଂ ଏ ବାବଦରେ ମାସିକ ଅନୁଦାନ ପରିମାଣକୁ ୩୦୦୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପ୍ରାକ-ପ୍ରାଥମିକ ଠାରୁ ବରିଷ୍ଠ ମାଧ୍ୟମିକ ସ୍ତର ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ଉପାଦାନ ବ୍ୟତୀତ ୧୦ ମାସ ପାଇଁ ସିଡବ୍ଲୁଏସଏନ ବାଳିକାମାନଙ୍କୁ ପୃଥକ ଭାବେ ମାସିକ ୨୦୦ ଟଙ୍କାର ଷ୍ଟାଇପେଣ୍ଡ ବ୍ୟବସ୍ଥା। ବ୍ଲକ ସ୍ତରରେ ସିଡବ୍ଲୁଏସଏନ ପାଇଁ ବାର୍ଷିକ କ୍ୟାମ୍ପ ଚିହ୍ନଟ ବ୍ୟବସ୍ଥା କରାଯାଇଛି ଏବଂ ପ୍ରତି କ୍ୟାମ୍ପ ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରାଯିବ। ଏଥିସହିତ ସିଡବ୍ଲୁଏସଏନଙ୍କ ପୁନର୍ବାସ ଓ ସ୍ବତନ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ଲକ ସମ୍ବଳ କେନ୍ଦ୍ରଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ନୂଆ ଏସସିଇଆରଟି ପ୍ରତିଷ୍ଠା ପାଇଁ ବ୍ୟବସ୍ଥାକୁ ସାମିଲ କରାଯାଇଛି ଏବଂ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ଜିଲ୍ଲାସ୍ତରରେ ନୂଆ ଡିଆଇଇଟି ଗଠନ କରାଯାଇଛି। ପ୍ରାକ୍ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତର ପାଇଁ ମଧ୍ୟ ବିଆରସି ଓ ସିଆରସିମାନଙ୍କୁ ଶିକ୍ଷାଗତ ସହାୟତା ଯୋଗାଇ ଦିଆଯିବ। ସରକାରୀ ବିଦ୍ୟାଳୟ ବ୍ୟତୀତ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ମଧ୍ୟ ଧନ୍ଦାମୂଳକ ଶିକ୍ଷା ଅଧୀନରେ ସହାୟତା ଯୋଗାଇ ଦିଆଯାଇଛି। ନାମଲେଖା ଏବଂ ଚାହିଦା ଆଧାରରେ ଭିନ୍ନ ଭିନ୍ନ ଭୂମିକା/ବିଭାଗର ଅନୁଦାନ/ସଂଖ୍ୟା ନିର୍ଦ୍ଧାରଣ କରାଯାଉଛି। ଆଇସିଟି ଲ୍ୟାବ, ସ୍ମାର୍ଟ କ୍ଲାସରୁମ ସମେତ ଡିଜିଟାଲ ବୋର୍ଡ, ସ୍ମାର୍ଟ କ୍ଲାସରୁମ, ଭର୍ଚୁଆଲ କ୍ଲାସରୁମ ଏବଂ ଡିଟିଏଚ ଚ୍ୟାନେଲ ଯୋଗାଇ ଦେବା ନିମନ୍ତେ ବ୍ୟବସ୍ଥା କରାଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!