ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଭିନ୍ନ ଗ୍ରାମରେ ଅଙ୍ଗନୱାଡ଼ି ପକ୍ଷରୁ ଶିଶୁମାନଙ୍କ ପାଇଁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ଥିବାରୁ ଛୋଟ ଶିଶୁ ମାନଙ୍କର ଘରେ ଶୁଖିଲା ଅଙ୍ଗନୱାଡ଼ି ଖାଦ୍ୟ ପହଂଚା ଯାଇଛି । ନୟାଗଡ଼ ବ୍ଲକର ଖୁଣ୍ଟୁବନ୍ଧ ପଂଚାୟତ ଅନ୍ତର୍ଗତ ଗୋଡ଼ିଆଳି ଅଙ୍ଗନୱାଡ଼ି କେନ୍ଦ୍ର ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଅଙ୍ଗନୱାଡ଼ି କର୍ମୀ ସଂଗୀତା ଦାଶ, ସହାୟିକା ଜ୍ୟୋତ୍ସାରାଣୀ ସାହୁ ଛୋଟ ଶିଶୁ ମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ଏଥିରେ ଅଣ୍ଟା ଚାଉଳ, ପନି ପରିବା, ଡାଲି, ତେଲ, ପାମ୍ପଡ଼ ଓ ଚୁଡ଼ା ମୁଆଁ ଆଦି ରହିଛି । ସେହିପରି ଭାବେ ଘଡ଼ୁଆଳ ଗ୍ରାମ ପଂଚାୟତର ଏକ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ର ଏବଂ କ୍ରିଦାଶପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଖାଦ୍ୟ ବଣ୍ଟନ କରାଯାଇଛି ।






