ନୟାଗଡ଼,(ବାଘୁଆବାର୍ତ୍ତା): ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ଅନୁବନ୍ଧିତ ଅଙ୍ଗନବାଡ଼ି କର୍ମୀର ସହାୟିକା ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲା ସହିତ ସାମ୍ମୁଖ୍ୟ ସଭାନେତ୍ରୀ ନନ୍ଦିତା ପଣ୍ଡାଙ୍କ ସଭାପତିତ୍ୱରେ ଭର୍ଚ୍ୟୁଆଲ ମିଟିଙ୍ଗ କରି ତଳ ସ୍ତରରେ କର୍ମକ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ନୟାଗଡ଼ ଜିଲ୍ଲା ସଭାନେତ୍ରୀ ଜ୍ୟୋସ୍ନାମୟୀ ପଣ୍ଡା, ରାଜ୍ୟ କୋଷାଧ୍ୟକ୍ଷ ତଥା ନୟାଗଡ଼ ଜିଲ୍ଲା ସମ୍ପାଦିକା ସୁଶ୍ରୀସଙ୍ଗିତା ମହାପାତ୍ର ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହସମ୍ପାଦକ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଶ୍ରୀମା ପ୍ରଧାନ, ମେନକା ପଲେଇ, ଅମ୍ରିତା ମିଶ୍ର, ଜାନକି ଚମ୍ପତ୍ତି, ଋନୁ ନାୟକ, ସୌଦାମିନି ମିଶ୍ର, ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ମହାମାୟୀ କରୋନା ସମୟରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ କରୋନା ଯୋଦ୍ଧା ଘୋଷଣା କରିବା ଓ ପ୍ରୋତ୍ସାହନ ରାଶି ଘୋଷଣା କରିଥିବା ଯୋଗୁଁ ବୈଠକରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଅଙ୍ଗନାବାଡ଼ି କର୍ମୀ ଓ ସହାୟିକା କର୍ମୀ ମାନଙ୍କର ଭତ୍ତା ବୃଦ୍ଧି କରିବା ଓ ଅଧିକ କାମ ପାଇଁ ଅଧିକ ପାରିଶ୍ରମିକ ପାଇବା ଏବଂ ଅବସର ପରେ ପେନସନ ବ୍ୟବସ୍ଥା କରିବା ଏସଏନପି ଦରବୃଦ୍ଧି, ଅଣ୍ଡା ସମେତ ଅନ୍ୟାନ୍ୟ ସମସ୍ତ ସାମଗ୍ରୀର ଅହେତୁକ ଦରବୃଦ୍ଧି ଘଟୁଥିବାରୁ ଏସଏନପିର ଦରବୃଦ୍ଧି ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି ବୋଲି ମତ ପ୍ରକାଶ ପାଇଥିଲା । ଏହି ବିଷୟରେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରାଯିବ ବୋଲି ରାଜ୍ୟ ସଭାନେତ୍ରୀ ବୈଠକରେ ପ୍ରକାଶ କରିଥିଲେ ।





