Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିଥିବା ନକ୍ସଲ ଆତ୍ମସମର୍ପଣ

by ସଞ୍ଜୟ ସ୍ୱାଇଁ
April 21, 2021
in State
ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିଥିବା ନକ୍ସଲ ଆତ୍ମସମର୍ପଣ
250
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲାର ତତ୍କାଳିନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ କରିନେଇଥିବା ମାଷ୍ଟର ମାଇଣ୍ଡ ନକ୍ସଲ ଆଜି ଆନ୍ଧ୍ର ପୁଲିସ ପାଖରେ ଆତ୍ମସମର୍ପଣ କରିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାରି ରଖିଥିବା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା ଶେଷରେ ଆତ୍ମସମର୍ପଣ କରିଛି । ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିବା କ୍ରିଷ୍ଣା ନାମରେ ଥିଲା ୩୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।କ୍ରିଷ୍ଣାକୁ ଧରାଇ ଦେବା ବ୍ୟକ୍ତିକୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ୩ ରାଜ୍ୟ ପକ୍ଷରୁ ଘୋଷଣା କରାଯାଇଥିଲା । ମାଲକାନାଗିରି ପୁଲିସ, ବିଏସ୍ଏଫ ଏବଂ ଆନ୍ଧ୍ର ପୁଲିସର ଘନ ଘନ ଚଢ଼ାଉରେ ଏକ ପ୍ରକାର ଭୟଭୀତ ହୋଇପଡ଼ିଥିବା କ୍ରିଷ୍ଣା ଶେଷରେ ଆନ୍ଧ୍ର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଛି । ମାଲକାନାଗିରି ଜିଲ୍ଲାର ତତକାଳୀନ ଜିଳ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା କ୍ରିଷ୍ଣା । ଦୀର୍ଘ ଦିନ ଧରି ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାହିର କରି ରଖିଥିବା କ୍ରିଷ୍ଣା ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ନକ୍ସଲି ହିଂସାରେ ସାମିଲ ଥିଲା । ତେଣୁ ୩ ରାଜ୍ୟ ପୁଲିସ୍ ପକ୍ଷରୁ ତାକୁ ଧରିବା ପାଇଁ ଜୋରସୋର ଉଦ୍ୟମ ହେଉଥିଲା । ଦୀର୍ଘ ବର୍ଷ ଧରି ପୁଲିସ୍ ଆଖିରେ ଧୁଳି ଦେଇ ବଣ ଜଙ୍ଗଲରେ ଲୁଚି ରହୁଥିବା କ୍ରିଷ୍ଣା ଶେଷରେ ଆନ୍ଧ୍ର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲାବୋଲି ସୂଚନା ମିଳିଛି । କ୍ରିଷ୍ଣା ନାମରେ ତିନି ରାଜ୍ୟର ସରକାର ୩୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ । ଆତ୍ମ ସମର୍ପଣ ପରେ ଆନ୍ଧ୍ର ପୁଲିସ ପକ୍ଷରୁ କ୍ରିଷ୍ଣାକୁ ୨୦ ଲକ୍ଷରୁ ଅଧିକ ଟଙ୍କା ସହାୟତା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ସୂଚନା ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!