ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ପାଣିପୋଇଲା ସ୍ଥିତ ଅନାଥ ଆଶ୍ରମ ପରିଦର୍ଶନ କରି ସେଠାରେ ଥିବା ଛାତ୍ରଛାତ୍ରୀମାନଙ୍କ ସହ ବଡ଼ ଦିନ ପାଳନ କରିଛନ୍ତି । ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଶୀତବର୍ଷ, ପୋଷାକ ସହ ସ୍କୁଲ ବ୍ୟାଗ ବଣ୍ଟନ କରିଛନ୍ତି । ଏହାପରେ ଘଡ଼ୁଆଳଠାରେ ଥିବା ତପସ୍ୟା ଶିଶୁ ଗୃହକୁ ଯାଇ ଜିଲ୍ଲାପାଳ ପିଲାମାନଙ୍କ ସହ ସମୟ ଅତିବାହିତ କରିବା ସହ ଭଲମନ୍ଦ ସଂମ୍ପର୍କରେ ପଚାରି ବୁଝିଛନ୍ତି ।