କଟକ (ବାଘୁଆବାର୍ତ୍ତା): ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । କଟକରେ ମଧ୍ୟ କ୍ରମାଗତ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି । ତେବେ କଟକରେ କରୋନା ସ୍ଥିତି କେମିତି ଅଛି, ସେ ନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସିଏମସି କମିଶନର କହିଛନ୍ତି, ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ ରହିଛି । ସେଥିମଧ୍ୟରୁ ୮୮% କରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି । କୋଭିଡ କେୟାର ସେଣ୍ଟରରେ ୪୦ ରୁ ୫୦% ସିଟ ପୂର୍ଣ୍ଣ ରହିଛି । ତେଣୁ ସେଥିରୁ ୧୦% ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରଣ କରିବାକୁ ପଡିଛି । କମିଶନର କହିଛନ୍ତି, ଏସସିବିକୁ ମିଶାଇ କଟକରେ ଏବେ ୧୨ ଶହ ବେଡ, ୩ଶହ ଆଇସିୟୁ ଉପଲବ୍ଧ ଅଛି । ଏସସିବିରେ ଆଉ ଶହେ ବେଡ ବଢ଼ାଯିବା, ସେଥିରୁ ୪୧ଟି ଆଇସିୟୁ ରହିବ ବୋଲି କମିଶନର ସୂଚନା ଦେଇଛନ୍ତି ।






