Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମାଜ ସେବା କ୍ଷେତ୍ରରେ ନିଆରା ପରିଚୟ ସୃଷ୍ଟି କରିଛି ଅନନ୍ୟା

by ସଞ୍ଜୟ ସ୍ୱାଇଁ
October 11, 2021
in Nayagarh, State
ସମାଜ ସେବା କ୍ଷେତ୍ରରେ ନିଆରା ପରିଚୟ ସୃଷ୍ଟି କରିଛି ଅନନ୍ୟା
281
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସବୁବେଳେ ଅନନ୍ୟା ପ୍ରୟାସ ଓ ନୂତନ ଚିନ୍ତାଧାରା ରଖି ସମାଜ ସେବା କ୍ଷେତ୍ରରେ ନିଆରା ପରିଚୟ ସୃଷ୍ଟି କରିଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନନ୍ୟା ଫାଉଣ୍ଡେସନ୍ ପୁଣି ଏକ ନିଆରା ଚିନ୍ତାଧାରା କରି ଚର୍ଚ୍ଚାରେ ରହିଛି। କଥା ଏମିତିକି ଆଗାମୀ ପାର୍ବଣ ଋତୁକୁ ନଜରରର ରଖି ଏଥର ଅନନ୍ୟା ଫାଉଣ୍ଡେସନ୍ ସାରା ଜିଲ୍ଲାରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ସଫେଇ କରିବାକୁ ଯୋଜନା ରଖିଛି। ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ କହିବା ଅନୁଯାୟୀ ଆଗକୁ ଆସିବାକୁ ଥିବା ପାର୍ବଣ ଋତୁ ଓ କାର୍ତ୍ତିକ ମାସରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଆସୁଥିବା ଭକ୍ତମାନେ ଯେପରି ଧାର୍ମିକ ଅନୁଷ୍ଠାନରେ ଆବର୍ଜନା ଦେଖି ସେମାନଙ୍କ ମନରେ ଥିବା ଧାର୍ମିକ ଭାବନାରେ ବାଧା ନ ଉପୁଜେ, ସେଥିପାଇଁ ମନ୍ଦିର ପରିସରରେ ଥିବା ଆବର୍ଜନା ଓ ପ୍ଲାଷ୍ଟିକ ସାମଗ୍ରୀକୁ ନଷ୍ଟ କରା ଯାଉଛି। ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସାତ ଦିନ ମଧ୍ୟରେ ନୟାଗଡ଼ ବ୍ଲକର ୧୪ଟି ବ୍ଲକର ବିଭିନ୍ନ ଧର୍ମାନୁଷ୍ଠାନ ପରିସର ସଫା କରା ସରିଛି। ଆଗାମୀ ୨୦ଦିନ ପର୍ଯ୍ୟନ୍ତ ଏ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ମିଳୁଛି। ଏହି କାର୍ଯ୍ୟକ୍ରମରେ ଗତ କାଲି ଝରଦେଈ ପୀଠଠାରେ FSSM ର TSU କର୍ମଚାରୀ ଡ଼ିମ୍ପଲ୍ ବେହାଲ୍ ଯୋଗ ଦେଇ ଯୁବକଙ୍କୁ ଉତ୍ସାହିତ କରିବା ସହ ଶୁଖିଲା ଅଳିଆ, ଓଦା ଅଳିଅ ବିଘଟନ ପ୍ରଣାଳୀ ବୁଝାଇଥିଲେ। ଆଜି ଏହି କ୍ରମରେ ବିରୁଡ଼ା ଆଦର୍ଶ ଶ୍ମଶାନ ସଫେଇ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିରୁଡ଼ା ସରପଞ୍ଚ ଉପସ୍ଥିତ ରହିବା ସହ ଗ୍ରାମର ଉତ୍ସାହୀ ଯୁବକ ସହଯୋଗ କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!