ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । କେନ୍ଦ୍ର ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗ୍ରସ୍ତ । ଆସନ୍ତା ୨୮ ଓ ୨୯ ତାରିଖରେ ଦୁଇ ଦିନିଆ ଗ୍ରସ୍ତରେ ଆସି ଶ୍ରୀଯୁକ୍ତ ଶାହା ୨୮ ତାରିଖରେ ଏକ ବିରାଟ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ନାଗରିକ ସଂଶୋଧନ ବିଲ ସଂମ୍ପର୍କରେ ଉଦବୋଧନ ଦେବା ସହ ୨୯ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ଭୂବନେଶ୍ୱର ଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି ପକ୍ଷରୁ ଏନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କାର୍ଯ୍ୟକ୍ରମ ସଂମ୍ପର୍କରେ ସୂଚନା ଦେଇଛନ୍ତି ।





