ନୟାଗଡ଼,(ବାଘୁଆବାର୍ତ୍ତା): ବାଙ୍ଗିରିପୋଷି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଉପରକୁ ଓଲଟି ପଡ଼ିଛି ଟ୍ରକ । ଯାହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହାତ ହୋଇ ତିରିଂ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନାନୁସାରେ, ତିରିଂ ମେଡିକାଲରୁ ବାରିପଦା ମେଡିକାଲକୁ ରୋଗୀ ନେଇ ଯାଉଥିବା ବେଳେ ବାଙ୍ଗିରିପୋଷି ଘାଟିରେ ଆସୁଥିବା (ଏନଏଲ ୦୧ଏଏ ୪୧୨୩) ନଂ ଟ୍ରକଟି ଆମ୍ବୁଲାନ୍ସକୁ ଉପରକୁ ଓଲଟି ପଡ଼ିଥିଲା । ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହ ô ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡିଛି ।





