ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ଆମ ବସ୍ ସେବା ଠପ୍ । ସୁରକ୍ଷା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ବସ୍ କଣ୍ଟକ୍ଟର ଓ ଡ୍ରାଇଭର । ଯାହାଫଳରେ ରାଜଧାନୀ ଭୁବନେଶ୍ବରରେ ଆମ ବସ୍ ସେବା ଠପ୍ ହୋଇଛି । ଖବର ଅନୁଯାୟୀ, ବିନା କାରଣରେ ବସ୍ କଣ୍ଟକ୍ଟର ଓ ଡ୍ରାଇଭରଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଯାହାଫଳରେ ରାଜଧାନୀରେ ମଙ୍ଗଳବାର ଦିନ ଆମ ବସ୍ ସେବା ଠପ୍ ହୋଇଛି । ମାଷ୍ଟରକ୍ୟାଣ୍ଟନରେ ଥିବା ଆମ ବସ୍ ଡିପୋରେ ସବୁ ବସ୍ ରଖି ଆନ୍ଦୋଳନ ଚାଲିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କଣ୍ଟକ୍ଟର ଓ ଡ୍ରାଇଭରମାନେ ଚେତାବନୀ ଦେଇଛନ୍ତି ।





