Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାତ୍ର ୬୨ ରନରେ ଅଲଆଉଟ୍ ଅଷ୍ଟ୍ରେଲିଆ ଟିମ

by ସଞ୍ଜୟ ସ୍ୱାଇଁ
August 10, 2021
in Sports, WORLD
ମାତ୍ର ୬୨ ରନରେ ଅଲଆଉଟ୍ ଅଷ୍ଟ୍ରେଲିଆ ଟିମ
145
VIEWS
Share on FacebookShare on Twitter

ଢାକା, (ବାଘୁଆବାର୍ତ୍ତା): ପାଞ୍ଚଥର ଦିନିକିଆ ବିଶ୍ୱକପ୍ ବିଜେତା ଅଷ୍ଟ୍ରେଲିଆ ବାଂଲାଦେଶ ଗସ୍ତରେ କ୍ୟାରିୟରର ସବୁଠାରୁ ଲଜ୍ଜାଜନକ ପ୍ରଦର୍ଶନ କରିଛି। ସୋମବାର ଖେଳାଯାଇଥିବା ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ବାଂଲାଦେଶ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟିମକୁ ୬୦ ରନରେ ହରାଇ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ନିଜ ନାଁରେ କରିଛି। ମ୍ୟାଚରେ ଶାକିବ ଅଲ୍ ହାସନ୍ ଓ ମହମ୍ମଦ ସୈଫୁଦ୍ଦିନଙ୍କ ନେତୃତ୍ୱରେ ବୋଲରମାନେ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧୂଳିସାତ୍ କରିଥିଲେ। ଯାହା ଫଳରେ ମାତ୍ର ୧୨୩ ରନର ଲକ୍ଷ୍ୟର ପିଛା କରୁଥିବା କଙ୍ଗାରୁ ଟିମ୍ ୬୨ ରନରେ ଅଲଆଉଟ୍ ହୋଇଯାଇଛି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆର ଏହା ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ଅଷ୍ଟ୍ରେଲିଆର ସର୍ବନିମ୍ନ ସ୍କୋର ୭୯ ରନ୍ ଥିଲା, ଯାହା ଟିମ୍ ୨୦୦୫ରେ ଇଂଲଣ୍ଡ ବିପକ୍ଷରେ ହାସଲ କରିଥିଲା। ବ୍ୟାଟ୍ସମ୍ୟାନଙ୍କ ପାଇଁ କଠିନ ପରିସ୍ଥିତିରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୨ ରନ୍ କରିଥିଲା। ଦଳ ପ୪ରୁ ମହମ୍ମଦ ନଇମ୍ ସର୍ବାଧିକ ୨୩ ରନ୍ କରିଥିବା ବେଳେ କ୍ୟାପଟେନ୍ ମହମ୍ମଦୁଲ୍ଲା ୧୯, ସୌମ୍ୟ ସରକାର ୧୬ ଓ ମେହଦୀ ହାସନ୍ ୧୩ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ନେଥନ୍ ଏଲିସ୍ ଓ ଡାନିଏଲ୍ ଖ୍ରୀଷ୍ଟିଆନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୩.୪ ଓଭରରେ ମାତ୍ର ୬୨ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏଥିସହ ଅଷ୍ଟ୍ରେଲିଆ ଟି-୨୦ କ୍ରିକେଟରେ ସବୁଠାରୁ କମ୍ ଓଭରରେ ଅଲଆଉଟ୍ ହେବାର ଅଲୋଡ଼ା ରେକର୍ଡ ନିଜ ନାଁରେ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ୍ ମାଥ୍ୟୁ ୱେଡ୍ ସର୍ବାଧିକ ୨୨ ଓ ବେନ୍ ମ୍ୟାକଡର୍ମୋଟ୍ ୧୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ। ବାଂଲାଦେଶ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ସାକିବ୍ ୯ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ସୈଫୁଦ୍ଦିନ ୩ଟି ଓ ନସୁମ୍ ଅହମ୍ମଦ ୨ଟି ୱିକେଟ୍ ହାସଲ କରିଥିଲେ। ସାକିବ୍ ମଧ୍ୟ ଏହି ମ୍ୟାଚରେ ନିଜର ୧୦୦ତମ ଟି-୨୦ ୱିକେଟ୍ ପୂରଣ କରିଛନ୍ତି। ସାକିବଙ୍କ ନାଁରେ ଏବେ ୧୦୨ ୱିକେଟ୍ ହୋଇଛି। ତାଙ୍କ ଆଗରେ କେବଳ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା ଅଛନ୍ତି, ଯିଏ ଟି-୨୦ରେ ୧୦୭ ୱିକେଟ୍ ନେଇଛନ୍ତି।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!