Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

by ସଞ୍ଜୟ ସ୍ୱାଇଁ
March 18, 2025
in Nayagarh, State
ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର
478
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଭାରତୀୟ ମଜଦୁର ସଂଘ ସଲଗ୍ନ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆଶୋସିଏସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିକ୍ଷୋଭ କରାଯାଇଛି । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଖେଳ ପଡିଆ ଠାରୁ ଅଙ୍ଗନୱାଡି କର୍ମୀ ମାନେ ଭିକ୍ଷୋଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ନୟାଗଡ଼ ଜିଲ୍ଲା ଅଙ୍ଗନୱାଡି ସଂଘର ସଭାପତି ଜ୍ୟୋସ୍ନାମୟୀ ପଣ୍ଡା ଓ ସମ୍ପାଦିକା ଗୀତାଞ୍ଜଳି ସେଠିଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା । ସେମାନଙ୍କର ୧୦ ଦଫା ଦାବି ଗୁଡିକ ହେଲା – ୫୦ ବର୍ଷ ହେଲା ସ୍କିମ ୱାର୍କରସ ନାଁରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀଙ୍କୁ ଶୋଷଣ କରାଯାଉଛି । ତେଣୁ ପ୍ରୋଜେକ୍ଟକୁ ଉଚ୍ଛେଦ କରାଯାଉ ଓ ନୂତନ ନିୟମ ପ୍ରଣୟନ କରି ସମସ୍ତ କର୍ମୀ ଓ ସହକର୍ମୀଙ୍କୁ ରେଗୁଲାର କରାଯାଉ ।

ସୁପର ଭାଇଜର ପଦବୀରେ ପାସିଙ୍ଗ ଇଅର ସିନିଅରଟି ଅଧାରରେ କର୍ମୀଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ । ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଯାଉ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ କରା ନଯାଇଛି ସେ ପର୍ଯ୍ୟନ୍ତ ପ୍ରତ୍ୟେକ କର୍ମୀଙ୍କୁ ମାସିକ ୧୮୦୦୦ ଟଙ୍କା ଦିଆଯାଉ । ଅଭିଜ୍ଞତାକୁ ନେଇ ପ୍ରତ୍ୟେକ ବର୍ଷ ଅଙ୍ଗନୱାଡି କର୍ମୀ ଇନକ୍ରିମେଣ୍ଟ ଦିଆଯାଉ । ଗତ ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହରରେ ଉଲେଖ କରିଥିବା ବର୍ଦ୍ଧିତ ସହାୟତା ରାଶିକୁ ସଙ୍ଗଠନ ସହିତ ଆଲୋଚନା କରାଯାଇ ତୁରନ୍ତ ଲାଗୁ କରାଯାଉ ।

୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ଗରମ ରନ୍ଧା ଖାଦ୍ୟ (ଏସଏନପି) ର ମୂଲ୍ୟ ବୃଦ୍ଧି ହୋଇନାହିଁ ତେଣୁ ତୁରନ୍ତ ଗରମ ରନ୍ଧା ଖାଦ୍ୟର ମୁଲ୍ୟ ରିଭାଇଜ କରାଯାଉ । ୨୦୨୧ ରୁ ଦେଇ ନଥିବା ଅବସର କାଳିନ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ଜିକେଏସ ର ଆବାହିକା ପଦବୀରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯାଉ । ମାତୃ ବନ୍ଦନା ଯୋଜନା (ମମତା ଯୋଜନା) ର ଇନସେଣ୍ଟିଭ ୫୦୦ ଟଙ୍କାକୁ ବୃଦ୍ଧି କରାଯାଉ । ପୋଷଣ ଟ୍ରେକର ସମସ୍ତ କାର୍ଯ୍ୟକୁ ଠିକ ଭାବରେ କରିବା ପାଇଁ ୫-ଜି ମୋବାଇଲ ସହିତ ନେଟ ପ୍ୟାକ ବାବଦକୁ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ କରାଯାଉ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!