ସର୍ବଭାରତୀୟ ହକି ଉଦଘାଟିତ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ହକି ଆସୋସିଏସନ ରଗବୀ ଦ୍ୱାରା ଆୟୋଜିତ ସର୍ବ ଭାରତୀୟ ହକି ଟୁନାମେଣ୍ଟ ଉଦଘାଟିତ ହୋଇଯାଇଛି । ନୟାଗଡ଼ ଖେଳପଡ଼ିଆଠାରେ ଅନୁଷ୍ଠିତ ଏହି ସର୍ବଭାରତୀୟ ହକି ଟୁର୍ଣ୍ଣାମେଂଟକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ହକି ଆସୋସିଏସନର ସଭାପତି ମିତାଲୀ ପ୍ରିୟଦର୍ଶନୀ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଖେଳର ପ୍ରଥମମ୍ୟାଚରେ ହକି ଏକାଡେମୀ କଲିକତା ବନାମ ସେଲ ହକି ରାଉଲକେଲା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଉଲକେଲା ସେଲ ହକି ୩-୧ ଗୋଲରେ ବିଜୟ ଲାଭ କରିଛି ।






