Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁବନେଶ୍ୱରରେ ଦୈନିକ ଗଡୁଛି ମୁଣ୍ଡ

by ସଞ୍ଜୟ ସ୍ୱାଇଁ
May 4, 2025
in State
ପୋଖରୀ ହୁଡ଼ାରେ ନାବାଳକର ଗଳାକଟା ମୃତଦେହ ଠାବ
33
VIEWS
Share on FacebookShare on Twitter

ଭୁବନେଶ୍ୱର, ,(ବାଘୁଆବାର୍ତ୍ତା): ରାଜ୍ୟରେ ଏବେ କଥା କଥାେକ ଗଡୁଛି ମୁଣ୍ଡ। କାହାକୁ ଗାଳି ଦେଲେ ମିଳୁଛି ଗୁଳି ଏବଂ ଖଣ୍ଡାଚୋଟ। ଛୋଟ ଛୋଟ କଥାରେ ଚାଲି ଯାଉଛି ମୁଲ୍ୟବାନ ଜୀବନ। ଏହା ହେଉଛି ଏବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି। ଉପକୂଳ ଠାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ହତ୍ୟା। ପ୍ରତିଦିନ ରାଜ୍ୟରେ ୩ରୁ ଅଧିକ ହତ୍ୟା ମାମଲା ସାମ୍ନାକୁ ଆସୁଛି। ପରିସ୍ଥିତି ଏମିତି ହେଲାଣି ଯେ ଲୋକମାନେ ଦିନରେ ମଧ୍ୟ ଘରୁ ଗୋଡ଼ କାଢିବାକୁ ଡରିଲେଣି। ବିଶେଷକରି ରାଜଧାନୀ ଏବଂ ଗଞ୍ଜାମ ଜିଲ୍ଲା ପାଲଟିଛି ହତ୍ୟା ହସ୍ସ୍ପଟ୍। ଏହି ୩ଟି ଜିଲ୍ଲାରେ ଅପରାଧୀମାନଙ୍କୁ ପୁଲିସ ଭୟ ଛାଡ଼ିଗଲାଣି। ପୂର୍ବ ଶତ୍ରୁତାକୁ ନେଇ କିଏ ରାସ୍ତା ଉପରେ ଗୋେଡ଼ଇ ହାଣିଲାଣି ତ, ଆଉ କିଏ ଦିନ ଦ୍ୱି-ପ୍ରହରରେ ଗୁଳିମାଡ଼ କଲାଣି। ଅପରାଧୀଙ୍କୁ ଡରାଇବା ଲାଗି ପୁଲିସର ଏନକାଉଣ୍ଟର ରଣନୀତି କାମ େଦଉନି। ଫଳରେ କେବଳ ଗତ ୪ ମାସ ଭିତରେ ରାଜ୍ୟରେ ଶହେରୁ ଅଧିକ ହତ୍ୟା ମାମଲା ଘଟିଲାଣି। ବିଶେଷକରି ଟ୍ୱିନ୍ସିଟି (କଟକ-ଭୁବନେଶ୍ବର) ଏବଂ ଗଞ୍ଜାମରେ ୪୦ଟି ହତ୍ୟା ମାମଲା ସାମ୍ନାକୁ ଆସିଛି। କେବଳ ଭୁବନେଶ୍ବର-କଟକରେ ୨୫ ଜଣଙ୍କର ମୁଣ୍ଡ ଗଡ଼ିଥିବା ବେଳେ ଗଞ୍ଜାମରେ ୧୫ ଏବଂ ବଲାଙ୍ଗୀର ଅଞ୍ଚଳରେ ୧୦ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ଦୁଷ୍କର୍ମ ସାଙ୍ଗକୁ ଚୋରି, ଡକାୟତି, ଲୁଟ୍, ଅପହରଣ ଓ ହତ୍ୟା ମାମଲା ବଢ଼ି ବଢ଼ି ଚାଲିଛି। ଅପରାଧୀମାନେ ଅଚାନକ ଏମିତି ସକ୍ରିୟ ହୋଇପଡ଼ିଛନ୍ତି ଯେ ସେମାନଙ୍କ ଆକ୍ରମଣରୁ ପୁଲିସ ବି ବର୍ତ୍ତିପାରିନାହିଁ। ଗତ ୪ ମାସ ମଧ୍ୟରେ ରାଜଧାନୀ ଅବସ୍ଥା ମଧ୍ୟ ବେହାଲ ହୋଇପଡ଼ିଛି। ଅପରାଧୀମାନେ ଦିନଦ୍ବିପ୍ରହରରେ ରାଜଧାନୀ ରାଜରାସ୍ତା ଉପରେ ହତ୍ୟାକାଣ୍ଡ ଘଟାଉଛନ୍ତି। ଜାନୁୟାରୀ ୯ତାରିଖରେ ରସୁଲଗଡ ରେଲୱେ ଓଭରବ୍ରିଜ ଉପରେ ସହଦେବ ନାୟକଙ୍କୁ ଯେପରି ହତ୍ୟା କରାଯାଇଥିଲା, ତାହା ଯେତେ ବୀଭତ୍ସ ସେତେ ଉଦବେଗଜନକ ଥିଲା। ନିଶା କାରବାର ପାଇଁ ସହଦେବଙ୍କୁ ବିଚ୍ ରାସ୍ତାରେ ୪ଜଣ ଗୋଡାଇ ହାଣିଥିଲେ। ସବୁଠାରୁ ବଡ଼ କଥା ହେଲା େଯ ପ୍ରବାସୀ ଭାରତୀୟ ଦିବସ ଉତ୍ସବ ପାଇଁ ଶହ ଶହ ପୁଲିସ ରାଜଧାନୀ॥େର ପଇଁତରା ମାାରୁଥିବା ବେଳେ ଦିନବେଳା ଏହି ହତ୍ୟାକାଣ୍ଡ ଘଟିଥିଲା। ସେହିଭଳି ଗତ ମାର୍ଚ୍ଚ ୧୬ରେ କଟକ ୪୨ ମଉଜା॥େର ହୋଲି ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଥିଲା। ନିଶାଗ୍ରସ୍ତ ଅବସ୍ଥାରେ ଗୋଟିଏ ସାଙ୍ଗ ଅନ୍ୟ ସାଙ୍ଗକୁ ଗୁଳି କରି ହତ୍ୟା କରିଥିଲା। ଆଜି ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଡବଲ ହତ୍ୟାକାଣ୍ଡ ଘଟିଛି। ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶଶୁର ସେମେରା ଗମାଙ୍ଗଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତକାଲି ସାମାନ୍ୟ ବଚସାକୁ କେନ୍ଦ୍ର କରି ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିଲା। ଗତକାଲି ରାତିରେ ବ୍ରହ୍ମପୁର ଅଞ୍ଚଳରେ ଦିନରେ ହତ୍ୟାକାଣ୍ଡ ଘଟିଥିବା ବେଳେ ରାତିେର ବୋମାମାଡ଼ ହୋଇଛି।
ଏହିଭଳି ରାଜ୍ୟରେ ପ୍ରତିଦିନ ହତ୍ୟାକାଣ୍ଡ ବଢୁଥିବା ବେଳେ ପୁଲିସ କେବଳ ଶବ ଜବତ କରି ହତ୍ୟା ମାମଲା ରୁଜୁ କରୁଛି। ଅଭିଯୁକ୍ତକୁ ଗିରଫ କରୁଛି। କିନ୍ତୁ ଆଇନ୍ ଶୃଙ୍ଖଳା ରୋକିବା ପାଇଁ ପୁଲିସ ଠୋସ ପଦକ୍ଷେପ ଗ୍ରହଣ କରୁନି। ଏହାକୁ ନେଇ ବିରୋଧୀ ଦଳମାେନ ମଧ୍ୟ ଉଦବେଗ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଅପରାଧୀମାନେ ଯେଭଳି ପୁଲିସକୁ ଆକ୍ରମଣ କରୁଛନ୍ତି, ସେଥିରୁ ଜଣାପଡ଼ୁଛି ଯେ ସରକାରଙ୍କ ହାତରୁ ଆଇନଶୃଙ୍ଖଳା ଖସିଯାଇଛି, କିମ୍ବା ଶାସକ ଦଳର କିଛି ସ୍ଥାନୀୟ ନେତାଙ୍କ ଚାପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉଛି। ନଚେତ ଏତେ କମ୍ ଦିନ ମଧ୍ୟରେ ଅପରାଧ ଏଭଳି ଉପମରମୁହାଁ ହୋଇନଥାନ୍ତା। ଗତମାସ ଭରତପୁରରେ ସ୍ଥାନୀୟ ଲୋକେ ପୁଲିସ ଉପରେ ଆକ୍ରମଣ କରିବାକୁ ସାହାସ କଲେ କେମିତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଶାସକ ଦଳର ନେତାଙ୍କ ଛତ୍ରଛାୟାରେ ରହି ଅନେକ ଅପରାଧୀ ରାଜ୍ୟବ୍ୟାପୀ ଆତଙ୍କ ଖେଳାଇ ଚାଲିଛନ୍ତି। ପୁଲିସ କହୁଛି ଯେ ଯେଉଁଠି ଅପରାଧ ଘଟୁଛି ପୁଲିସ ସେଠାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହାସତ୍ତ୍ବେ ପ୍ରିତିିଦିନ ହତ୍ୟାକାଣ୍ଡ ଘଟିବାରେ ଲାଗିଛି। ଏବେ ଠାରୁ ପ୍ରଶାସନ ନଚେତିଲେ ଆଗକୁ ଅପରାଧୀମାନଙ୍କୁ ନିୟନ୍ତ୍ରଣ କରିବା ଏତେ ସହଜ ହେବନାହିଁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!