ରାଉରକେଲା, (ବାଘୁଆବାର୍ତ୍ତା): ଏଏସଆଇ ଏଲିଶା ଲୁଗୁନ୍ ଙ୍କ ମୃତ୍ୟୁ ଘଟଣା । ଆସିଲା ଲୁଗୁନ୍ ଙ୍କ ଶବ ବ୍ୟବଛେଦ ରିପୋର୍ଟ । ରିପୋର୍ଟରେ ଉଲ୍ଲେଖ ରହିଛି ଉତ୍ତେଜିତ ହୋଇ ଅତ୍ୟଧିକ ପ୍ରଳାପ କାରଣରୁ ଶ୍ୱାସରୁଦ୍ଧ ଉଲ୍ଲେଖ । ଶ୍ୱାସରୁଦ୍ଧରୁ ଏଲିଶା ଲୁଗୁନ୍ଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାର ତନାଘନା କରୁଛି ଏଚଆରପିସି । ହୋଟେଲ ଅନୁରାଗର ମ୍ୟାନେଜର ଦିନେଶ ରାଏଙ୍କୁ ଏଚଆରପିସି ଜେରା କରୁଛି । ଏଚଆରପିସି ଡିଏସ୍ପି ବନିତା ମାଝୀ ହୋଟେଲ ମ୍ୟାନେଜରଙ୍କୁ ଜେରା କରିଛନ୍ତି । ୧୬୧ ଧାରାରେ ବୟାନ ରେକର୍ଡ ସହ ଅଡିଓ-ଭିଡିଓ ରେକର୍ଡ କରାଯାଇଛି । ତେବେ ଅଗଷ୍ଟ ୧୬ ତାରିଖ ରାତିରୁ ୧୭ ତାରିଖ ଅପରାହ୍ନ ପର୍ୟ୍ୟନ୍ତ ସୁସ୍ମିତା ମିଞ୍ଜ ହୋଟେଲ ଅନୁରାଗରେ ଥିଲେ । ଶୁକ୍ରବାର ରାତି ପାଖାପାଖି ୮ଟାରେ ରାଉରକେଲା ଗୁରୁଦ୍ୱାର ରୋଡ୍ରେ ଥିବା ହୋଟେଲ ଅନୁରାଗରେ ଏଚଆରପିସି ଟିମ୍ ପହଞ୍ଚିଥିଲା । ଗତ ଅଗଷ୍ଟ ୧୬ ତାରିଖ ସକାଳୁ ୧୭ ତାରିଖ ଅପରାହ୍ନ ପର୍ୟ୍ୟନ୍ତ ହୋଟେଲ ଅନୁରାଗରେ ସୁସ୍ମିତା ମିଞ୍ଜ ରହିଥିଲେ । ହୋଟେଲ ଅନୁରାଗର କର୍ମଚାରୀ ଓ ମ୍ୟାନେଜରଙ୍କୁ ଜେରା କରିବା ସହ ସେମାନଙ୍କ ଠାରୁ ଏଚଆରପିସି ଅନେକ ତଥ୍ୟ ଓଗାଳିଥିଲା । ପୂର୍ବରୁ ଏହି ଘଟଣାରେ ମୃତ ସୁସ୍ମିତା ମିଞ୍ଜଙ୍କ ସ୍ୱାମୀଙ୍କୁ ଏଚଆରପିସି ଜେରା କରିଥିଲା । ସୁସ୍ମିତା ମିଞ୍ଜଙ୍କ ସ୍ୱାମୀ ସୁଶୀଲ ଟପ୍ନୋ । ଏଚଆରପିସି ଡିଏସ୍ପି ବନିତା ମାଝୀ ନିଜେ ସାମ୍ନାସାମ୍ନି ଜେରା କରିଥିଲେ ।





