ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମଦ ଦୋକାନ ନେବା ପାଇଁ ଚାଲିଥିବା ଇ-ନିଲାମ ସବୁ ପୁରୁଣା ରେକର୍ଡ ଭାଙ୍ଗିଛି । ଗୋଟିଏ ମଦ ଦୋକାନ ନେବା ପାଇଁ ନିଲାମ ପକ୍ରିୟା ବଢି ବଢି ୯୯୯କୋଟି ଟଙ୍କାରେ ପହଞ୍ôଚଛି । ଶେଷରେ ଉକ୍ତ ମଦ ଦୋକାନଟି ୯୯୯କୋଟିରୁ ଉର୍ଦ୍ଧ ଟଙ୍କାରେ ନିଲାମ ନେଇଛନ୍ତି ନିଲାମଧାରୀ । ଏଭଳି ରେକର୍ଡ ଭାଙ୍ଗିଛି ଜୟପୁର ଅଞ୍ଚଳରେ । ସୂଚନାନୁସାରେ, ଜୟପୁର ଦଉସା ଜିଲ୍ଲାରେ ଅବକାରୀ ବିଭାଗ ତରଫରୁ ଇ-ନିଲାମୀ ଦ୍ୱାରା ଚାଲିଥିବା ନିଲାମୀ ପକ୍ରିୟାରେ ଏକ ମଦ ଦୋକାନ ରହିଛି । ଯାହାର ମୂଳ ଦର ୧.୮୪କୋଟି ଥିବା ବେଳେ ଏହି ଦୋକାନକୁ ନିଲାମ ନେବାକୁ ଦୁଇ ନିଲାମୀ ଧାରୀଙ୍କ ମଧ୍ୟ ନିଲାମ ଦର ହୁ ହୁ ହୋଇ ବଢିଥିଲା । ୧.୮୪କୋଟି ବଢି ବଢି ଯାଇ ୯୯୯କୋଟି ଟଙ୍କାରେ ପହଞ୍ôଚଥିଲା । ଏହାକୁ ଜଣେ ବ୍ୟବସାୟୀ ୯୯୯କୋଟି ଟଙ୍କରୁ ଉର୍ଦ୍ଧ ଟଙ୍କାରେ ନିଲାମ ନେଇଥିବା ଜଣାପଡିଛି ।





