ନୟାଗଡ଼, (ବାଘୁଆବାର୍ତ୍ତା): ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ଉତ୍ତର ଭାରତ ଖାସ କରି ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଓ ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କରୁ ସବୁଠାରୁ ଅଧିକ କରୋନା ମାମଲା ସାମ୍ନାକୁ ଆସୁଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲକଡାଉନ ଲାଗୁ ହୋଇଛି । କିନ୍ତୁ କିଛି ଲୋକେ ଲକଡାଉନ ନିୟମ ଉଲଘଂନ କରୁଥିବା ନଜର ଆସିଛନ୍ତି । ସାଧାରଣ ଜନତାଙ୍କ ସମେତ କିଛି ସେଲିବ୍ରିଟି ମଧ୍ୟ ଲକଡାଉନ ନିୟମ ଉଲଘଂନ କରୁଛନ୍ତି । ଭୋଜପୁରୀ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ତଥା ଗାୟିକା ଅକ୍ଷରା ସିଂହ ବିହାରରେ ଲାଗୁ ହୋଇଥିବା ଲକଡାଉନ ନିୟମ ଉଲଘଂନ କରିଛନ୍ତି । ତାଙ୍କ ବିରୋଧରେ ବିହାର ପୋଲିସ ମାମାଲା ରୁଜ୍ଜୁ କରିଛି । ଅକ୍ଷରା ସିଂହଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରାଲ ଭିଡିଓ ଲାଲଗଞ୍ଜ ପୂର୍ବତନ ବିଧାୟକ ମୁନ୍ନା ଶୁକ୍ଲାଙ୍କର ଏକ ପାର୍ଟିର । ଏହି ଭିଡିଓରେ ଶହ ଶହ ଲୋକ ବିନା ମାସ୍କରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ମୁନ୍ନା ଶୁକ୍ଲା ମଧ୍ୟ ବିନା ମାସ୍କରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଅକ୍ଷରାଙ୍କ ବଡିଗାର୍ଡ ମଧ୍ୟ ବିନା ମାସ୍କରେ ନଜର ଆସିଥିଲେ । ଡିଜେରେ ଅନେକ ମହିଳା ମଧ୍ୟ ବିନା ମାସ୍କରେ ଡ୍ୟାନ୍ସ କରୁଥିଲେ । ଭାଇରାଲ ଭିଡିଓରେ ଅକ୍ଷରା ସିଂହ ଷ୍ଟେଜରେ ଗୀତ ଗାଉଛନ୍ତି ଓ ଡ୍ୟାନ୍ସ କରୁଛନ୍ତି । ସେ ମଧ୍ୟ ମାସ୍କ ଲଗାଇନଥିଲେ । ଭିଡିଓକୁ ସିନିୟର ଏଡିଟିର ପ୍ରକାଶ କୁମାର ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି ‘ଏମିତିି କରୋନା ମୁକାବିଲା କରିବେ ।’ ଆଗକୁ ସେ ଲେଖିଛନ୍ତି, ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ଅକ୍ଷରା ସିଂହ, ବିହାର ବାହୁବଳୀ ପୂର୍ବତନ ବିଧାୟକ ମୁନ୍ନା ଶୁକ୍ଲା, ପୂର୍ବତନ ବିଧାୟକ ଅନନୁ ଶୁକ୍ଲାଙ୍କ ପାର୍ଟିରେ ବିନା ମାସ୍କରେ ଗୀତ ଗାଇବା ଓ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଜଣେ ପୋଲିସ ବାବୁ ମଧ୍ୟ ନିଜ ବନ୍ଧୁକ ଚଳାଉଥିବା ନଜର ଆସିଛନ୍ତି । ମାମଲାରେ ଅକ୍ଷରା ସିଂହଙ୍କ ସମେତ ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି ।





