Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର

by ସଞ୍ଜୟ ସ୍ୱାଇଁ
November 10, 2024
in Feature News, State
ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର
110
VIEWS
Share on FacebookShare on Twitter

ପ୍ରତିଭା ରାୟ ଟ୍ରଷ୍ଟ ପକ୍ଷରୁ ୫୧ ହଜାର ଟଙ୍କାର ପୁରସ୍କାର ଘୋଷଣା

ଭୁବନେଶ୍ବର, (ବାଘୁଆବାର୍ତ୍ତା): ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ତୃତୀୟ ଉପନ୍ୟାସ ‘ଇତର’ ନିମନ୍ତେ ଶୁଭ୍ରାଂଶୁ ଏହି ପୁରସ୍କାର ପାଇବେ। ଡିସେମ୍ବର ୧୬ ତାରିଖରେ ଭୁବନେଶ୍ବର ଜୟଦେବ ଭବନ ପରିସରରେ ହେବାକୁ ଥିବା ପୁରସ୍କାର ପ୍ରଦାନ ଉତ୍ସବରେ ଶ୍ରୀ ପଣ୍ଡାଙ୍କୁ ମାନପତ୍ର ଓ ସ୍ମାରକୀ ସହ ୫୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ପ୍ରତିଭା ରାୟ ଟ୍ରଷ୍ଟର ଉପସଭାପତି ଡ. ଆଦ୍ୟାଶା ଦାସ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି। ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ତଥା ବିଶିଷ୍ଟ ମୁଖ୍ୟଯନ୍ତ୍ରୀ ଅକ୍ଷୟ ଚନ୍ଦ୍ର ରାୟଙ୍କ ପୁଣ୍ୟ ସ୍ମୃତିରେ ପଚାଶ ବର୍ଷରୁ କମ୍ ବୟସର ଲେଖକଙ୍କୁ ୨୦୨୧ ମସିହାଠାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଚଳିତ ବର୍ଷ ବିଚାରକୁ ପୁରସ୍କାର ପାଇଁ ଗୃହୀତ ୧୬ଟି ଉପନ୍ୟାସ ମଧ୍ୟରୁ ୬ଟି ଉପନ୍ୟାସକୁ ପଥ୍ରମ ପର୍ଯ୍ୟାୟରେ ବିଚାରକୁ ନିଆଯାଇଥିଲା। ବିଚାରକ ମଣ୍ଡଳୀ ସେଥିମଧ୍ୟରୁ ପେନ୍‌ ଇନ୍‌ ବୁକ୍ସ, ଭୁବନେଶ୍ବର ଦ୍ବାରା ୨୦୨୧ ମସିହାରେ ପ୍ରକାଶିତ ଉପନ୍ୟାସ ‘ଇତର’କୁ ପୁରସ୍କାର ନିମନ୍ତେ ମନୋନୀତ କରିଛନ୍ତି ବୋଲି ଡ. ଦାସ ସୂଚନା ଦେଇଛନ୍ତି।

ଶୁଭ୍ରାଂଶୁଙ୍କର ଉପନ୍ୟାସ ଇତର ଓଡ଼ିଶାରେ ତୃତୀୟଲିଙ୍ଗୀ ମଣିଷ ସମାଜର ପୀଡ଼ା ଓ ସଂଘର୍ଷର ମହାଗାଥା। ସମାଜ ଓ ପରିବାର ଦ୍ବାରା ପ୍ରତ୍ୟାଖ୍ୟିତ, ବିତାଡ଼ିତ ଓ ଲାଞ୍ଛିତ ହିଞ୍ଜଡ଼ା ଚରିତ୍ରର ଜୀବନଯାତ୍ରାକୁ ଅତି ନିକଟରୁ ନିରେଖି ସେ ଏ ଉପନ୍ୟାସଟି ରଚନା କରିଛନ୍ତି। ଏ ଉପନ୍ୟାସ ପାଇଁ ସେ ପୁରସ୍କାର ପାଉଥିବା ଜାଣି ଖୁସିବ୍ୟକ୍ତ କରିବା ସହ ପ୍ରତିଭା ରାୟ ଟ୍ରଷ୍ଟ ଓ ବିଚାରକମଣ୍ଡଳୀକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶୁଭ୍ରାଂଶୁ ପଣ୍ଡା ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଆ କାହାଣୀ ଜଗତରେ ଅଛନ୍ତି। ତାଙ୍କର ତିନିଗୋଟି ଉପନ୍ୟାସ, ଦୁଇଟି ଗଳ୍ପ ସଂକଳନ ଓ ଗୋଟିଏ କବିତା ପୁସ୍ତକ ପ୍ରକାଶ ପାଇଛି। ଉଭୟ ଶୈଳୀ ଓ ବିଷୟ ଚୟନରେ ପରୀକ୍ଷାନିରୀକ୍ଷା ଓ ନୂଆପଣ ଦେଉଥିବା ଶୁଭ୍ରାଂଶୁଙ୍କ ଉପନ୍ୟାସ ଓ ଗଳ୍ପ ସବୁ ସମସାମୟିକ ସାମାଜିକ-ରାଜନୈତିକ ଆହ୍ବାନ ଉପରେ ପର୍ଯ୍ୟବସିତ। ତାଙ୍କର ପ୍ରଥମ ଉପନ୍ୟାସ ସୁସମାଚାର (୨୦୧୨) ଖ୍ରୀଷ୍ଟିୟାନ୍‌ ଧର୍ମ ପ୍ରଚାର (evangelism) ସମ୍ବନ୍ଧିତ ପ୍ରଥମ ଭାରତୀୟ ଉପନ୍ୟାସ ଏବଂ ଏହା ଓଡ଼ିଶାରେ ଧର୍ମୀୟ ଦ୍ବନ୍ଦ୍ବ ଓ ଶୋଷଣ ପ୍ରସଙ୍ଗରେ ଲିଖିତ ଏକ ତୀବ୍ର ବ୍ୟଞ୍ଜନା। ଓଡ଼ିଶାର ନବ-ଶିଳ୍ପାୟନ ପ୍ରେକ୍ଷାପଟରେ ଲିଖିତ ତାଙ୍କର ଦ୍ବିତୀୟ ଉପନ୍ୟାସ ଶିଳ୍ପ ଭାଗବତ (୨୦୧୪) ଏକ ପ୍ରେମ ଓ ମୋହଭଙ୍ଗର କାହାଣୀ। ଏହା ଭିନ୍ନ ତାଙ୍କର ଗପ (୨୦୧୩) ଓ ବିସର୍ଜନ (୨୦୨୩) ନାମରେ ଦୁଇଟି ଗଳ୍ପ ସଂକଳନ ଥିବାବେଳେ ସୁଟକେସ (୨୦୧୨) କବିତା ସଂଙ୍କଳନ, ସଂପାଦିତ ଗଳ୍ପ ସଂକଳନ ଦେହ (୨୦୦୮), ଶହେସ୍ବର (୨୦୧୮), ଦେଶ (୨୦୨୪) ଓ ମିଳିତ ଗଳ୍ପ ସଂକଳନ ପର୍ବ (୨୦୧୦) ପ୍ରକାଶ ପାଇ ପାଠକୀୟ ଶ୍ରଦ୍ଧାଭାଜନ ହୋଇଛି। ସେ “ଓଡ଼ିଆ – ଜର୍ଣି ଅଫ୍‌ ଏ ଲାଙ୍ଗୁଏଜ୍” ଶୀର୍ଷକ ଓଡ଼ିଆ ଭାଷାକୁ ନେଇ ପ୍ରଥମ ଦ୍ବିଭାଷୀ ପ୍ରଦର୍ଶନ ଚିତ୍ରପୋଥି (Coffee Table Book)ର ଲେଖକ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!