ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଭାରତୀୟ ଅକ୍ଷୟ ଶକ୍ତି ବିକାଶ ସଂସ୍ଥା(ଇରେଡା)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନିକଟରେ ଓଡ଼ିଶା ସରକାର ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ବ୍ୟବହାର ଉପରେ ଅନେକ ପ୍ରକଳ୍ପର କାର୍ଯ୍ୟାରମ୍ଭ କରିଥିବା ଯୋଗୁଁ ଏ କ୍ଷେତ୍ରରେ ରାଜ୍ୟ ସ୍ୱାବଲମ୍ବୀ ହୋଇପାରିବ ବୋଲି ସେ ଏହି ସାକ୍ଷାତ ସମୟରେ ପ୍ରକାଶ କରିଥିଲେ । ଭାରତ ସରକାରଙ୍କ ଏହି ଉଦ୍ୟୋଗ ରାଜ୍ୟର ଅକ୍ଷୟ ଶକ୍ତି ବିକାଶ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟରେ ସୌରଶକ୍ତି ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଥିବା ଦର୍ଶାଇ ପାରମ୍ପାରିକ ବିଦୁ୍ୟତ ଅପହଞ୍ଚ ଇଲାକାଗୁଡ଼ିକରେ ଏହା ବହୁତ ଉପାଦେୟ ହୋଇପାରିବ ବୋଲି କହିଥିଲେ । ତା’ସହିତ ଐତିହ୍ୟମୟୀ କୋାର୍କ ମନ୍ଦିରକୁ ଇରେଡା ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଲୋକୀକର ବ୍ୟବସ୍ଥାର ଅଗ୍ରଗତି ସଂପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ ।





