ନୟାଗଡ଼, (ବାଘୁଆବାର୍ତ୍ତା) : ଅଖିଳ ଭାତର କୃଷକ ସଭା ଦଶପଲ୍ଲା ବ୍ଲକ କମଟି ତରଫରୁ ସ୍ଥାନୀୟ ରାଜବାଟିଠାରୁ ଏକ ଶୋଭାଯାତ୍ରା କରାଯାଇ ଦଶପଲ୍ଲା ବ୍ଲକ ଘେରାଉ କରାଯାଇଛି । ଧାନର ବିକ୍ରି ମୁଲ୍ୟ ବୃଦ୍ଧି, ଏଫ୍ କ୍ୟୁ ମାନଦଣ୍ଡ ଉଠାଇବା, ଭାଗଚାଷୀମାନେ କିଭଳି ଧାନ ବିକ୍ରି କରିପାରିବେ ସେ ନେଇ ବ୍ୟବସ୍ଥା କରିବା ଭଳି ଏକାର ଦଫା ଦାବି ନେଇ ଆଜି ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଆଜିର ବିକ୍ଷୋଭରେ ଜିଲ୍ଲା ସଂପାଦକ ଶରତ ବେହେରା, ଗଣେଶ୍ୱର ନାୟକ, ବିପିନ ବାଜୁ, ଶୁଶାନ୍ତ ନାୟକ ପ୍ରମୂଖ ନେତୃତ୍ୱ ନେଇଥିଲେ ।





