Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କ୍ଷେପଣାସ୍ତ୍ର ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ

by ସଞ୍ଜୟ ସ୍ୱାଇଁ
September 28, 2021
in State
କ୍ଷେପଣାସ୍ତ୍ର ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ
28
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): କ୍ଷେପଣାସ୍ତ୍ର ଆକାଶର ନୂତନ ସଂସ୍କରଣ ‘ଆକାଶ ପ୍ରାଇମ’ ସଫଳ ପରୀକ୍ଷଣ ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ପକ୍ଷରୁ କରାଯାଇଛି । ପ୍ରଥମଥର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ସଫଳ ପରୀକ୍ଷଣ ସହ ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦବ୍‌ଦବା ଜାରି ରଖିଛି । ଆଇଟିଆରର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ସୋମବାର ଅପରାହ୍‌ଣ ସାଢ଼େ ୪ଟାରେ ଏହି ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ନିଜର ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିଥିଲା । ଆକାଶ ପ୍ରାଇମ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଏହି କ୍ଷେପଣାସ୍ତ୍ର ରେଡିଓ ଫ୍ରିକ୍ୟୁଏନ୍ସିକୁ ବ୍ୟବହାର କରି ବିଭିନ୍ନ ପାଗ, ବିଭିନ୍ନ ତାପମାତ୍ରାରେ ଏହା ଶତ୍ରୁପକ୍ଷର ଯୁଦ୍ଧ ଜାହାଜର ଗତିରୋଧ ସହ ଧ୍ୱଂସ କରିବାର କ୍ଷମତା ରଖିଛିଫ ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇପାରିବ । ୨୦୨୩ ସୁଦ୍ଧା ଏହାକୁ ସେନାରେ ସାମିଲ କରାଯିବ । ପ୍ରଥମ ପରୀକ୍ଷଣରେ ସଫଳ ହୋଇଥିବାରୁ ପରବର୍ତ୍ତୀ ସମୟରେ ଏହାର ଉନ୍ନତ ସଂସ୍କରଣ କରାଯିବା ନେଇ ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି । ‘ଆକାଶ ପ୍ରାଇମ’ର ସଫଳ ପରୀକ୍ଷଣ ପରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ, ଡିଆର୍‌ଡିଓ ଚେୟାରମ୍ୟାନ ଡ. ଜି. ସତୀଶ ରେଡ୍ଡୀ ଏହି ପରୀକ୍ଷଣରେ ସାମିଲ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରୀକ୍ଷଣ ସହ ବିଶ୍ୱ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଶ୍ରୀ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!