ନୟାଗଡ଼,(ବାଘୁଆବାର୍ତ୍ତା): ପିପିଲି ବିଧାନସଭା ନିର୍ବାଚନ କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କର କିଛିଦିନ ତଳେ ପରଲୋକ ଘଟିଥିଲା । ଯାହାକୁ ନେଇ ପିପିଲି ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଆଜି ତାଙ୍କ ମାଆ କ୍ଷେତ୍ରମଣୀ ମଙ୍ଗରାଜଙ୍କ ପରଲୋକ ଘଟିଥିବା ଜଣାଯାଇଛି । ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।





