ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ଅଜିତ୍ ଦାଶଙ୍କ ଆଜି ପରଲୋକ ଘଟିଛି । ୭୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ବେଳେ ଏହାକୁ ନେଇ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ପର ଝିଅ ଘର ଭାଙ୍ଗେନା, ହାକିମ୍ ବାବୁ ଭଳି ବହୁ ଚଳିଚ୍ଚିତ୍ରରେ ଦର୍ଶକଙ୍କ ମନ ମୋହିଥିବା ଏହି ବର୍ଷୀୟାନ ଅଭିନେତା ଆଜି ସମସ୍ତ ଦର୍ଶକଙ୍କୁ ପର କରି ଦେଇଛନ୍ତି । ତୁଣ୍ଡବାଇଦ ଚଳଚ୍ଚିତ୍ରରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତା ୬୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ର ଏବଂ ନାଟକରେ ନିଖୁଣ ଅଭିନୟ କରିଥିଲେ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଶ୍ରୀଯୁକ୍ତ ଦାଶଙ୍କ ଜନ୍ମସ୍ଥାନ ବୋଲି ଜଣାଯାଇଛି । ସେ କିଛି ଦିନ ହେବ କରୋନା ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।





