ନୟାଗଡ଼, (ବାଘୁଆବାର୍ତ୍ତା): ବଲିଉଡର ସୁପରଷ୍ଟାର ଅଜୟ ଦେବଗନ । ଏବେ ସେ ଭାରି ବ୍ୟସ୍ତ । ଅନେକ ଗୁଡ଼ିଏ ଫିଲ୍ମ ପାଇଁ ସେ ଏକା ସହ କରୁଛନ୍ତି ସୁଟିଂ । ଏହାର ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ଅଜୟ ଦେବଗନ ୧୮୦ କୋଟି ଟଙ୍କାର ଫିଲ୍ମ ଛାଡ଼ି ଦେଇଛନ୍ତି । ୟଶରାଜ ଫିଲ୍ମସରେ କାମ କରିବା ପାଇଁ ସଫା ସଫା ମନା କରିଦେଇଛନ୍ତି । ଯାହାକୁ ନେଇ ଏବେ ବଲିଉଡରେ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମଟି ସୁପରହିରୋ ଉପରେ ଆଧାରିତ ଥିଲା । ଏଥିରେ ତାଙ୍କୁ ସୁପର ଭିଲେନ୍ ଭୂମିକାରେ ଦେଖିବାକୁ ମିଳିଥା’ନ୍ତା । ସୂଚନା ଅନୁଯାୟୀ ଅଜୟ ପ୍ରଥମ ଥର ପାଇଁ ଆଦିତ୍ୟ ଚୋପ୍ରାଙ୍କ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ । ଏବେ କିନ୍ତୁ ସେ ଏହାକୁ ନା’ କହିଛନ୍ତି । ଅଜୟଙ୍କ ପାଖରେ ଏହି ଫିଲ୍ମ ପାଇଁ ସମୟ ଅଭାବ ଥିବା ଯୋଗୁଁ ସେ ମନା କରିବାକୁ ବାଧ୍ୟ ହୋଇଛନ୍ତି ।





