ଖୋର୍ଦ୍ଧା (ବାଘୁଆବାର୍ତ୍ତା) ଜଙ୍ଗଲର ଘଞ୍ଚ ବୁଦା ମୂଳରେ ଅଣ୍ଡା ଦେଇଛି ଅଜଗର । ଅଣ୍ଡା ଦେବା ପରେ ସେ ଜଗି ରହିଛି । ଏବେ ଅଜଗର ଓ ତା’ଅଣ୍ଡାକୁ ଜଗିଛନ୍ତି ଗାଁ ଲୋକ ଏବଂ ବନ ବିଭାଗ । ଆଉ ସାପର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଡ୍ରୋନ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି । ଏପରି ଚିତ୍ର ଆସିଛି ଖୋର୍ଦ୍ଧା ଜିଲ୍ଲାରୁ । ଖୋର୍ଦ୍ଧା ଗଡନିଆନ ଗ୍ରାମ୍ୟ ଜଙ୍ଗଲ ଏକ ବୁଦା ଭିତରେ ଗୋଟିଏ ଅଜଗର ଅଣ୍ଡା ଦେଇ ଜଗି ରହିଛି । ଅଣ୍ଡାକୁ ଛାଡି ଯାଉନାହିଁ । ଦୀର୍ଘ ୮ ଦିନ ହେଲା ଅଜଗରଟି ସେମିତି ତା’ଅଣ୍ଡାକୁ ଜଗି ରହିଛି । ଗାଁ ଲୋକେ ଏ ସମ୍ପର୍କରେ ଜାଣି ପାରି ଅଜଗରକୁ ପାଳି କରି ଜଗୁଛନ୍ତି । ପରେ ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଏହା ପରେ ବନ ବିଭାଗ କର୍ମଚାରୀମାନେ ଗାଁ ଲୋକଙ୍କ ସହିତ ମିଶି ବ୍ୟାରିକେଟ ବାନ୍ଧି ଅଜଗରକୁ ଜଗି ରହିଛନ୍ତି ।






