Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧନୀ ହିରୋଇନ୍ ତାଲିକାର ଐଶ୍ୱର୍ଯ୍ୟା ରାୟ, ଜାଣନ୍ତୁ ପ୍ରଥମରେ କିଏ

by ସଞ୍ଜୟ ସ୍ୱାଇଁ
October 18, 2024
in NATIONAL NEWS
ଧନୀ ହିରୋଇନ୍ ତାଲିକାର ଐଶ୍ୱର୍ଯ୍ୟା ରାୟ, ଜାଣନ୍ତୁ ପ୍ରଥମରେ କିଏ
199
VIEWS
Share on FacebookShare on Twitter

ମୁମ୍ବାଇ, (ବାଘୁଆବାର୍ତ୍ତା): ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦରତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ଆଉ ପ୍ରତିଯୋଗିତା ହୁଏ। କେଉଁ ହିରୋଇନ ସବୁଠୁ ସୁନ୍ଦର ସେ ଆଲୋଚନା-ପର୍ଯ୍ୟାଲୋଚନା କରନ୍ତି ଫ୍ୟାନ୍। କିନ୍ତୁ ବର୍ତ୍ତମାନ ସମୟରେ କେଉଁ ହିରୋଇନ ବେଶି ଧନୀ ସେନେଇ ଏକ ଚର୍ଚ୍ଚା ଚାଲିଛି। ସୋଶାଲ ମିଡିଆରେ ୧୦ ଜଣ ଧନୀ ହିରୋଇନଙ୍କ ତାଲିକା ଭାଇରାଲ୍ ହେଉଛି। ଏହି ତାଲିକାର ଦ୍ୱିତୀୟରେ ବଲିଉଡ ବିଉଟି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଛନ୍ତି। ତେବେ ତାଲିକାର ପ୍ରଥମରେ କିଏ ଅଛନ୍ତି ଏବଂ ଆଉ କେଉଁ ହିରୋଇନ ଏଥିରେ ସାମିଲ ଅଛନ୍ତି, ଜାଣନ୍ତୁ… ନିକଟରେ ହୁରୁନ୍ ଇଣ୍ଡିଆ ଭାରତର ଶ୍ରେଷ୍ଠ ୧୦ ଧନୀ ହିରୋଇନଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ 80 ଦଶକରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ସମୟର ହିରୋଇନ୍ ସାମିଲ୍ ଅଛନ୍ତି। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ୯୦ ଦଶକର ଜଣେ ହିରୋଇନ ଧନୀ ତାଲିକାର ପ୍ରଥମ ସ୍ଥାନ ନେଇଯାଇଛନ୍ତି। ୯୦ ଦଶକ କଥା କହିଲେ ଆପଣ କରୀନା କପୁର, କାଜଲ, କରିସ୍ମା କପୁର, ରାଣୀ ମୁଖାର୍ଜୀ, ମାଧୁରୀ ଦୀକ୍ଷିତଙ୍କ କଥା ଭାବୁଥିବେ ନିଶ୍ଚୟ। କିନ୍ତୁ ନା, ଏମାନେ କେହି ଭାରତର ଧନୀ ହିରୋଇଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ନାହାନ୍ତି, ବରଂ ଦୀର୍ଘ ଦିନ ହେବ କ୍ୟାମେରାରୁ ଦୂରେଇ ରହିଥିବା ଜୁଇ ଚାୱଲା ଏହି ସ୍ଥାନ ଅଳଙ୍କୃତ କରିଛନ୍ତି। ସେ ହେଉଛନ୍ତି ଭାରତର ସବୁଠୁ ଧନୀ ହିରୋଇନ୍ ତାଙ୍କ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ହେଉଛନ୍ତି ଦ୍ୱିତୀୟ ଶ୍ରେଷ୍ଠ ଧନୀ ହିରୋଇନ। ଐଶ୍ୱର୍ଯ୍ୟାଙ୍କ ସମ୍ପତ୍ତି ମୂଲ୍ୟ 850 କୋଟି ଟଙ୍କା ହୋଇ ଥିବାବେଳେ ଜୁଇ ଚାୱଲାଙ୍କ ସମ୍ପତ୍ତି ମୂଲ୍ୟ ୪,୬୦୦ କୋଟି ଟଙ୍କା। ଏହାପରେ ୬୫୦ କୋଟି ଟଙ୍କା ସହ ତୃତୀୟରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା। ଚତୁର୍ଥରେ ଆଲିଆ ଭଟ୍ଟ ଏବଂ ପଞ୍ଚମରେ ଦୀପିକା ପାଦୁକୋନ ଅଛନ୍ତି। ଜୁଇ ଚାୱଲା ଅଭିନୟ ଜଗତରେ ନଥିଲେ ମଧ୍ୟ ତାଙ୍କର ଅନେକ ବ୍ୟବସାୟୀକ ସଂସ୍ଥା ରହିଛି। ତାଙ୍କ ସ୍ୱାମୀ ଜୟ ମେହତା ଜଣେ ବ୍ୟବସାୟୀ। ଜୁଇ ଚାୱଲା ମଧ୍ୟ ରେଡ୍ ଚିଲ୍ଲିଜ୍ ଗ୍ରୁପର ସହପ୍ରତିଷ୍ଠାତା ଅଛନ୍ତି। ଏଥିସହ ସେ ଶାହରୁଖ ଖାନଙ୍କ ଆଇପିଏଲ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ସହ-ମାଲିକ ଅଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!