ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାରା ଦେଶରେ କରୋନା ଦୃତ ଗତିରେ ବ୍ୟାପୁଥିବା ବେଳେ ଏହାର ଫରକ ପଶ୍ଚିମବଙ୍ଗରେ ପଡ଼ିନାହିଁ । କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିଲେ ହେଁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରଚାର ଥମୁନାହିଁ । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ କରୋନା ଟିକା ଠିକ୍ ଭାବେ ରାଜ୍ୟରେ ପହଞ୍ôଚପାରୁନାହିଁ । ଏହି କାରଣରୁ ଲୋକଙ୍କ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଛି । ରାଜନେତାମାନେ ପଶ୍ଚିମବଙ୍ଗ ବିଧାନସଭାର ପ୍ରଚାର ପାଇଁ କେବଳ ବିମାନରେ ଯିବା ଆସିବା କରି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି । ଏହି ୧୦୦ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୯୦% ଅଧିକ ଅର୍ଥ ବିଜେପି ଖର୍ଚ୍ଚ କରିଛି । କାରଣ ବିଜେପିର ଷ୍ଟାର ପ୍ରଚାର ତାଲିକାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟ ବାହାରୁ ପଶ୍ଚିମବଙ୍ଗକୁ ବିମାନ ଯୋଗେ ଯାଇ ପ୍ରଚାର କରୁଛନ୍ତି । ଏହି ଖର୍ଚ୍ଚକୁ ବିଜେପି ନେତା ଏଭଳି ବିମାନ ଖର୍ଚ୍ଚକୁ ଯର୍ଥାର୍ଥ ଦର୍ଶାଇଛନ୍ତି ।





