ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର । ରାଜ୍ୟ ସରକାରଙ୍କ ପକ୍ଷରୁ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଘୋଷଣା । ମାଲକାନଗିରିରେ ନିର୍ମାଣ ହେବ ବିମାନବନ୍ଦର । ଏଥିପାଇଁ ୨୩୪ ଏକର ଜମି ଅଧିଗ୍ରହଣ କାମ ସରିଛି । ବିମାନବନ୍ଦର ନିର୍ମାଣ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିମାନବନ୍ଦର ନିର୍ମାଣ କରିବା ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କରିବେ । ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଓଏଲଏସ୍ ସର୍ଭେ ବି ସାରିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଚୂଡାନ୍ତ ରିପୋର୍ଟ ଅପେକ୍ଷା ।





