Tuesday, July 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଛୋଟ ଛୁଆଙ୍କ ପାଇଁ ଆସିବ କରୋନା ଟିକା, ଦିଲ୍ଲୀ ଏମ୍ସରେ ସ୍କ୍ରିନିଂ ଆରମ୍ଭ

by ସଞ୍ଜୟ ସ୍ୱାଇଁ
June 7, 2021
in Health, NATIONAL NEWS
ଛୋଟ ଛୁଆଙ୍କ ପାଇଁ ଆସିବ କରୋନା ଟିକା, ଦିଲ୍ଲୀ ଏମ୍ସରେ ସ୍କ୍ରିନିଂ ଆରମ୍ଭ
102
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା) କରୋନାର ଦ୍ୱିତୀୟ ଲହର ଯଦିଓ କମୁଛି ହେଲେ ବିପଦ ଏବେ ବି ଟଳିନି। ଆଗକୁ କରୋନାର ତତୃୀୟ ଲହର ଆସିବ। ଏହି ସମୟରେ ଛୋଟ ଛୁଆମାନେ ଅଧିକାଂଶ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି କରୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ତେଣୁ ଭାରତ ଏବେ ଛୋଟ ଛୁଆଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଚଳାଉଛି। କରୋନା କୋଭାକ୍ସିନର ଟିକାକୁ ଆଜିଠାରୁ ଦିଲ୍ଲୀ ଏମ୍ସରେ ପିଲାମାନଙ୍କ ଶରୀର ଉପରେ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ପରୀକ୍ଷଣର ପ୍ରଥମ ପର୍ୟ୍ୟାୟରେ ମୋଟ୍ ୧୬ ଜଣ ପିଲା ଅଂଶଗ୍ରହଣ କରିବେ। ପୂର୍ବରୁ ଭାରତ ବାୟୋଟେକ୍ ୧୨ ରୁ ୧୮ ବର୍ଷର ପିଲାମାନଙ୍କୁ ନେଇ ପାଟନା ଏମ୍ସରେ ଟିକା ପରୀକ୍ଷା କରିଥିଲା ପରୀକ୍ଷା ଆରମ୍ଭ କରିବା ପୂର୍ବରୁ ପିଲାମାନଙ୍କର ପୁଙ୍ଖାନୁପୁଙ୍ଖ ସ୍କ୍ରିନିଂ କରାଯିବ। ଯେଉଁଥିରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ। ପିଲାମାନେ ସୁସ୍ଥ ଥିଲେ ହିଁ ଟିକାକରଣ କରାଯିବ। ଏହା ପୂର୍ବରୁ ପାଟନାର ଏମ୍ସରେ ଏହି ଟିକା ପରୀକ୍ଷା ଚାଲିଛି। ଯେଉଁଠାରେ ଜୁନ୍ ୩ରେ ପିଲାମାନଙ୍କୁ ଏହି ଟିକା ଦିଆଯାଇଥିଲା। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଙ୍କ ଅନୁମତି ପାଇବା ପରେ ଏମ୍ସ ଦିଲ୍ଲୀରେ ଏହି ପରୀକ୍ଷା ହେଉଛି। ଆଉ ସ୍କ୍ରିନିଂ ଆରମ୍ଭ ହୋଇଯାଇଛି। ମେ’ ୧୨ରେ ଏକ ବିଶେଷଜ୍ଞ କମିଟି (SEC) ଏହାକୁ ସୁପାରିଶ କରିବା ପରେ ଡିସିଜିଆଇର ଅନୁମୋଦନ ପାଇଛି। ପିଲାମାନଙ୍କ ଉପରେ ଟିକାକରଣର କ୍ଲିନିକାଲ୍ ପରୀକ୍ଷା କରିବା ପାଇଁ ଭରତ ବାୟୋଟେକ୍ ମେ ୧୧ରେ ଡିସିଜିଆଇର ଅନୁମତି ଲାଭ କରିଥିଲା। ଏହାପରେ ଗତ ମଙ୍ଗଳବାର ଏମ୍ସ ପାଟନାରେ କୋଭାକ୍ସିନ ଟିକାର ପରୀକ୍ଷା ଆରମ୍ଭ ହୋଇଥିଲା। ଏମ୍ସ ନିର୍ଦ୍ଦେଶକ ଡକ୍ଟର ପ୍ରଭାତ କୁମାର ସିଂ କହିଛନ୍ତି, “ଏହି ପରୀକ୍ଷା ୬-୧୨ ବର୍ଷ ଏବଂ ପରେ ୨-୬ ବର୍ଷ ମଧ୍ୟରେ ବିଭକ୍ତ କରାଯିବ, କିନ୍ତୁ ବର୍ତ୍ତମାନ ଆମେ ୧୨-୧୮ ବର୍ଷ ବୟସରେ ପରୀକ୍ଷା ଆରମ୍ଭ କରିଛୁ।” ଭାରତରେ ଏବେ ତିନୋଟି ଟିକା ଅଛି। ଭରତ ବାୟୋଟେକର କୋଭାକ୍ସିନ, ଆଷ୍ଟ୍ରା ଜେନେକାର କୋଭିଶିଲ୍ଡ ଏବଂ ରଷିଆର ସ୍ପୁଟନିକ୍ ଭି। ଭାରତରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ପ୍ରସ୍ତୁତ କରାଯାଉଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!