Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଞ୍ଚିପାରିବା: କୃଷିମନ୍ତ୍ରୀ ଡ. ସାହୁ

by ସଞ୍ଜୟ ସ୍ୱାଇଁ
September 20, 2021
in Feature News
ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ  ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଞ୍ଚିପାରିବା: କୃଷିମନ୍ତ୍ରୀ ଡ. ସାହୁ
73
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଓଡ଼ିଶା କୃଷି କ୍ଷେତ୍ରରେ ଏକ ପ୍ରଗତିଶୀଳ ରାଜ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଦୂରଦୃଷ୍ଟି ପାଇଁ ଓଡ଼ିଶା ବିଗତ ବର୍ଷମାନଙ୍କରେ କୃଷି କ୍ଷେତ୍ରରେ ଜାତୀୟ ସ୍ତରରେ ଅନେକ ପୁରସ୍କାର ହାସଲ କରିଛି । ନିକଟରେ ଓଡ଼ିଶା ମାଣ୍ଡିଆ ସମେତ କ୍ଷୁଦ୍ରଶସ୍ୟ ଚାଷକୁ ପ୍ରୋତ୍ସାହନ କ୍ଷେତ୍ରରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ ହୋଇଛି । ତେବେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ଦକ୍ଷତା ବିକାଶ ଜରିଆରେ ଆମେ କୃଷି କ୍ଷେତ୍ରରେ ଶୀର୍ଷ ସ୍ତରକୁ ପହଞ୍ଚିପାରିବା ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମତବ୍ୟକ୍ତ କରିଛନ୍ତି । ଆଜି ବେରୋଜଗାର ଓ ଶିକ୍ଷିତ ଯୁବକଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମର େୱବ୍‌ସାଇଟ୍‌ ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ବର୍ତ୍ତମାନ କୃଷି କ୍ଷେତ୍ରରେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ରହିଛି । ନିଜର ଜ୍ଞାନ ଓ ଦକ୍ଷତା ବୃଦ୍ଧି ସହ ଶିକ୍ଷିତ ଯୁବକଯୁବତୀ ନିଜ ଅଞ୍ଚଳରେ ଅର୍ଥ ଉପାର୍ଜନ ସହ ସମ୍ମାନର ସହ ଜୀବନ ଜିଇଁ ପାରିବେ ବୋଲି କହିଥିଲେ । ବର୍ତ୍ତମାନ ସମୟରେ କୃଷି ଯନ୍ତ୍ରପାତିର ଚାହିଦା ବୃଦ୍ଧି ପାଇଥିବାବେଳେ ଏହା ଉପରେ ଅଧିକ ଜ୍ଞାନ ଆହରଣ ଯୁବବର୍ଗଙ୍କ ଆତ୍ମନିର୍ଭରଶୀଳ କରାଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କୃଷି ଏବଂ କୃଷି ଯନ୍ତ୍ରପାତି କ୍ଷେତ୍ରରେ ଅଧିକ ତାଲିମ କାର୍ଯ୍ୟକ୍ରମ ସହ ଶିକ୍ଷିତ ତାଲିମପ୍ରାପ୍ତ ମାନବସମ୍ବଳର ଏକ ଡାଟାବେସ୍‌ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ । ଉପଦେଷ୍ଟା ଶ୍ରୀ କୃତିବାସ ପାତ୍ର ତାଲିମ ନେବାକୁ ଆସିଥିବା ଯୁବକମାନଙ୍କୁ ଉଦ୍‌ବୋଧନ ଦେଇ ନିଷ୍ଠା ଓ ଆନ୍ତରିକ ଉଦ୍ୟମ ଯେ କୌଣସି କଠିନ କାର୍ଯ୍ୟକୁ ସଫଳ କରିବାରେ ସକ୍ଷମ ବୋଲି କହିଥିଲେ । କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତି ରାଜ୍ୟ ସରକାର ଏବଂ ନିଗମ ପକ୍ଷରୁ ନିଆଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସଂପର୍କରେ କହିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ଦିଆଯାଉଥିବା ବିଭିନ୍ନ କୃଷି ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଓ ମରାମତି ନିମନ୍ତେ ଦକ୍ଷ ମାନବସମ୍ବଳର ଆବଶ୍ୟକ ଥିବାରୁ ଏହି ତାଲିମ କାର୍ଯ୍ୟକ୍ରମ ବେଶ୍‌ ଉପଯୋଗୀ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ପାୱାର ଟିଲର୍‌, ପମ୍ପ, ଧାନକଟା ଯନ୍ତ୍ର ଏବଂ ଯନ୍ତ୍ରଚାଳିତ ୱିଡର ଯନ୍ତ୍ରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରାଜ୍ୟର ବେରୋଜଗାର ଓ ଶିକ୍ଷିତ ଯୁବକଙ୍କ ପାଇଁ ଆଜି ଭୁବନେଶ୍ୱରଠାରେ ୧୨ ଦିନିଆ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏଥିରେ ବିଭିନ୍ନ ଜିଲ୍ଲାରୁ ୫ଟି ବ୍ୟାଚ୍‌ରେ ୧୫୦ ଜଣଙ୍କୁ ତାଲିମ ପ୍ରଦାନ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ବାଙ୍କବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରଞ୍ଜନା ପଣ୍ଡାଙ୍କ ସମେତ ରାଜ୍ୟ ଉଦ୍ୟାନ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ, କୃଷି ମୁଖ୍ୟଯନ୍ତ୍ରୀ ଓ ନିଗମର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!