Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପର ହେବା ଆବଶ୍ୟକ

by ସଞ୍ଜୟ ସ୍ୱାଇଁ
April 16, 2021
in Feature News
ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପର ହେବା ଆବଶ୍ୟକ
57
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚଳିତ ଆର୍ଥିକ ବର୍ଷଠାରୁ ଯୋଜନାରେ ଆବଣ୍ଟିତ ଅର୍ଥକୁ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ କରି ଯୋଜନାର ସଫଳ ରୂପାୟନ ଦିଗରେ ଅଧିକାରୀମାନେ ତତ୍ପରାତା ପ୍ରକାଶ କରନ୍ତୁ । ଏଥି ସହିତ ୫-‘ଟି’ ଅନୁସାରେ ସମସ୍ତ ଯୋଜନାକୁ ଠିକ୍‌ ସମୟରେ ଏବଂ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରି କାର୍ଯ୍ୟକାରୀ କରିବା ଏବଂ ଯୋଜନା ସମ୍ବନ୍ଧୀୟ ସମସ୍ତ ତଥ୍ୟ ନିର୍ଦ୍ଦେଶାଳୟ ଏବଂ ସରକାରୀ େୱବ୍‌ସାଇଟ୍‌ରେ ଉପଲବ୍ଧ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି କୃଷି ଭବନଠାରେ ଆୟୋଜିତ ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାର ଉଦ୍ୟାନ କୃଷିର ଉପନିର୍ଦ୍ଦେଶକ ଓ ସହକାରୀ ନିର୍ଦ୍ଦେଶକମାନଙ୍କ ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାକୁ ସଠିକ୍‌ ଭାବରେ ରୂପାୟନ କରି ଚାଷୀମାନଙ୍କ ପାଖରେ ଏହାର ସୁଫଳ ପହଞ୍ଚାଇବା ପାଇଁ କହିଥିଲେ । ଚାଷୀମାନଙ୍କ ହିତ ନିମନ୍ତେ ଜିଲ୍ଲାରେ ଅଏଲ୍‌ ପାମ୍‌ ଯୋଜନାକୁ ତତ୍ପରତାର ସହ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଗଂଜାମ ଜିଲ୍ଲାରେ କିଆ ଫୁଲର ଅଧିକ ଉତ୍ପାଦନ ଓ ଏହାର ବିପଣନ ଦିଗରେ ଅଧିକ ଧ୍ୟାନ ଦେବା ଉପରେ କହିଥିଲେ । ଗଂଜାମ ଜିଲ୍ଲାରେ ନଡ଼ିଆ ଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଅଧିକରୁ ଅଧିକ ନଡ଼ିଆ ଚାରା ଉତ୍ପନ୍ନ କରି ଚାଷୀମାନଙ୍କୁୁ ଯୋଗାଇଦେବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ଏହିସବୁ ଜିଲ୍ଲାଗୁଡ଼ିକରେ ପଣସ, ଜାମୁ, ବେଲ, ଅଁଳା ଆଦିର ବ୍ୟାପକ ଭାବରେ ଉତ୍ପାଦନ ଏବଂ ଏହାର ପ୍ରକ୍ରିୟାକରଣ ଉପରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା ଚାଷୀମାନେ ଲାଭବାନ ହୋଇପାରିବେ । ଏଥି ସହିତ ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାରେ ଉତ୍ପାଦିତ ପିଆଜର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଉପଲବ୍ଧ ସୁବିଧା ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ । ସଂପ୍ରତି ରାଜ୍ୟରେ ଦ୍ୱିତୀୟ ଲହରି କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ କ୍ଷେତ୍ର ଅଧିକାରୀମାନେ ସମସ୍ତ କୋଭିଡ୍‌ ସତର୍କତା ପାଳନପୂର୍ବକ କୃଷକମାନଙ୍କ ସେବାରେ ନିୟୋଜିତ ହେବାକୁ କହିଥିଲେ । ବୈଠକ ପ୍ରାରମ୍ଭରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଦକ୍ଷିଣାଞ୍ଚଳ ରାଜସ୍ୱ ଜିଲ୍ଲାଗୁଡ଼ିକରେ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!