Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରି ଫସଲ ଚାଷ ଉପରେ ଗୁରୁତ୍ୱ

by ସଞ୍ଜୟ ସ୍ୱାଇଁ
May 17, 2021
in Nayagarh
କୃଷକଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରି ଫସଲ ଚାଷ ଉପରେ ଗୁରୁତ୍ୱ
157
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କୃଷି ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ହୋଇଥିବା ବେଳେ ଖରିଫ ଚାଷ ରାଜ୍ୟ କୃଷି କ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ଖରିଫରେ କୋଭିଡ୍‌-୧୯ର ଅସ୍ୱାଭିବିକ ପରିସ୍ଥିତିକୁ ସମ୍ମୁଖୀନ ହୋଇ ମଧ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଏବଂ ରାଜ୍ୟ ସରକାରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ରେକର୍ଡ ପରିମାଣର ଉତ୍ପାଦନ ହୋଇପାରିଥିଲା । ଚଳିତ ଖରିଫ ୨୦୨୧ରେ କୋଭିଡର ଦ୍ୱିତୀୟ ଲହରକୁ ଉଚିତ୍‌ ମୁକାବିଲା ଓ ସମସ୍ତ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରି ରାଜ୍ୟର କୃଷକମାନେ ଆଶାନୁରୂପ ଫସଲ ଉତ୍ପାଦନ କରିବେ ବୋଲି ଆଶା ରହିଛି । କୃଷକମାନଙ୍କ ଆୟ ବହୁଗୁଣିତ କରିବା ନିମନ୍ତେ ସମନ୍ୱିତ କୃଷି ଓ ଅଧିକ ଅର୍ଥକରୀ ଫସଲ ଚାଷୀ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

           ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ଖରିଫ କାର୍ଯ୍ୟକ୍ରମ-୨୦୨୧ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବୈଠକରେ ମନ୍ତ୍ରୀ ଡ. ସାହୁ କହିଲେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । ଖରିଫ ୨୦୨୧ରେ ମୋଟ୍‌ ୧୧୭.୫ ଲକ୍ଷ ମେଟ୍ରିକ୍‌ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆଶା ରହିଛି । ୫.୩ ଲକ୍ଷ ମେଟି୍ରକଟନ୍‌ ଡାଲି ଜାତୀୟ ଫସଲ ସମେତ ୧୦୨ ଲକ୍ଷ ମେଟି୍ରକ ଟନ୍‌ ଶସ୍ୟ, ୩.୦୧ ଲକ୍ଷ ମେଟି୍ରକଟନ୍‌ ତୈଳବୀଜ, ୬.୮୨ ଲକ୍ଷ ଗାଣ୍ଠି କପା, ୧ ଲକ୍ଷ ଗାଣ୍ଠି ଝୋଟ ଓ ମେସ୍ତା, ୫.୩୯ ଲକ୍ଷ ମେଟି୍ରକଟନ୍‌ ମସଲା ଏବଂ ପ୍ରାୟ ୭୨ ଲକ୍ଷ ମେଟି୍ରକଟନ ପନିପରିବା ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୃଷକଙ୍କ ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ଫସଲର ବିବିଧିକରଣ ଏବଂ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ଏହି ଲକ୍ଷ୍ୟ ହାସଲ କରିହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଚଳିତ ଖରିଫରେ ପ୍ରାୟ ୧ଲକ୍ଷ ୫୦ ହଜାର ହେକଫର ଜମିରେ ଅଣଧାନ ଓ ଅର୍ଥକାରୀ ଫସଲ ଚାଷ କରାଯିବାର ଳକ୍ଷ୍ୟ ରଖାଯାଇଛି । ଏଥିସହିତ ଚାଷ ସହିତ ଆନୁଷଙ୍ଗିକ କୃଷି, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ, ଉଦ୍ୟାନ କୃଷି ଆଦି କରି କୃଷକଙ୍କ ଆୟ ବୃଦ୍ଧି କରାଯିବାର ସୁଯୋଗ ରହିଥିବା ବେଳେ ଏସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଏକାନ୍ତ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ କୃଷି ଉଯୋଗ ଯୋଜନାରେ ଅଧିକରୁ ଅଧିକ କୃଷି ଉଦ୍ୟୋଗୀ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଡ. ସାହୁ କହିଥିଲେ ।
ଖରିଫରେ ଚାଷୀମାନେ ଯେପରି ଆବଶ୍ୟକ କୃଷି ସାମଗ୍ରୀ ଓ ଉନ୍ନତମାନର ବିହନ ଏବଂ ସାର ଠିକ୍‌ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ପାଇପାରିବେ ସେଥିନିମନ୍ତେ ଆଗୁଆ ପଦକ୍ଷେପ ନେବାପାଇଁ ମନ୍ତ୍ରୀ ଡ.ସାହୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭାଗ ପକ୍ଷରୁ ୫.୩୬ ଲକ୍ଷ କ୍ୱିଣ୍ଟାଲ ବିହନ ଏବଂ ୯.୧୫ ଲକ୍ଷ ମେଟି୍ରକଟନ୍‌ ବିଭିନ୍ନ ସାର ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଅଦ୍ୟାବଧି ୪ ଲକ୍ଷ କ୍ୱିଣ୍ଟାଲ ବିହନ ଓ ୫୦ ହଜାର ମେଟି୍ରକଟନ୍‌ ୟୁରିଆ ସାର ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇସାରିଲାଣି । ଚଳିତ ଖରିଫରେ ରାଜ୍ୟର ୮୧ଟି ବ୍ଲକ୍‌ର ୫୬,୦୦୦ ହେକଫର ଜମିରେ ଲଘୁ ଶସ୍ୟ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ୨୦୨୧-୨୨ରେ ୨.୫ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବା ପାଇଁ ଯୋଜନା କରାଯାଇଛି । କୃଷି କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ମୋଟ ୧୭,୬୫୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ସେଥିମଧ୍ୟରୁ ସମବାୟ ସଂସ୍ଥା ମାଧ୍ୟମରେ ୯୦୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କାଯାଇଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ ।
ଭୂମିହୀନ ଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ବଳରାମ ଯୋଜନାରେ ପର୍ଯ୍ୟାପ୍ତ ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିସହିତ ଖରିଫ ଚାଷ ସମୟରେ କୌଣସି ପ୍ରତିକୂଳ ପାଣିପାଗକୁ ପ୍ରତିହତ କରି କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ କଣ୍ଟିଜେଣ୍ଟ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମନ୍ତ୍ରୀ ଡ.ସାହୁ କହିଥିଲେ । ବୈଠକରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜକୁମାର ଶର୍ମା କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫‘ଟି’କୁ କୃଷି ବିଭାଗର ଦୈନନ୍ଦିନ କାର୍ଯ୍ୟକ୍ରମରେ ଅନୁପାଳନ କରାଯାଇ କୃଷି କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରାଯାଇଛି । କୃଷି ଓ କୃଷକ ଶସକ୍ତିକରଣ ବିଭାଗର ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଖରିଫରେ ଚାଷୀମାନଙ୍କୁ କୃଷି ସାମଗ୍ରୀର ଯୋଗଣ ସମୀକ୍ଷା କରିବା ପାଇଁ ପ୍ରତି ସପ୍ତାହରେ ରାଜ୍ୟସ୍ତରରେ ବୈଠକ କରାଯାଉଛି । ଚଳିତ ଖରିଫରେ ସମନ୍ୱିତ କୃଷି, ଅଧିକ ଅଣଧାନ ଓ ଅର୍ଥକରୀ ଫସଲ ଚାଷ, ଉଦ୍ୟାନ କୃଷି ଏବଂ ଫସଲ ଅମଳ ପରବର୍ତ୍ତୀ ପରିଚାଳନ ଓ ଏହାର ବିକି୍ରବଟା ଏବଂ କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀ ବଶିଷ୍ଠ କହିଥିଲେ ।
ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ କହିଲେ ଜଳସେଚନର ସମସ୍ତ ସମ୍ଭାବନାକୁ ଉପଯୋଗ କରି ଚାଷଜମିକୁ ଜଳ ଯୋଗାଇଦେବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ୨.୭୪ ଲକ୍ଷ ହେକଫର ଅଧିକ ଜମିକୁ ଜଳସେଚନ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀମତୀ ଅନୁଗର୍ଗ କହିଥିଲେ ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବୀରବିକ୍ରମ ଯାଦବ ଖରିଫ ଓ ରବି ଫସଲ ନିମନ୍ତେ ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନଙ୍କୁ ୬୫ ପ୍ରତିଶତରୁ ଅଧିକ ଫସଲ ଋଣ ଯୋଗାଇ ଦିଆଯାଉଛି ବୋଲି କହିଥିଲେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର.ରଘୁ ପ୍ରସାଦ କହିଥିଲେ ଚାଷୀମାନଙ୍କ ଆୟ ବୃଦ୍ଧି ନିମନ୍ତେ ଆନୁଷଙ୍ଗିକ କୃଷି କାର୍ଯ୍ୟ, ମତ୍ସ୍ୟ ଚାଷ, ପ୍ରାଣୀ ପାଳନ, କୁକୁଡା ଚାଷ ଇତ୍ୟାଦି ନିମନ୍ତେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନାରେ ଅନେକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଫାର୍ମ ଫଣ୍ଡରେ ଜଳସେଚନ ସହିତ ମତ୍ସ୍ୟ ଚାଷର ବ୍ୟାପକ ସୁଯୋଗ ରହିଛି ବୋଲି ସେ କହିଥିଲେ । ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ.ପବନ କୁମାର ଅଗ୍ରୱାଲ ଯୋଗଦେଇ କହିଲେ ଉନ୍ନତମାନର ବିହନ ଓ ଆଧୁନିକ ଚାଷ ପ୍ରାଣାଳୀ ପ୍ରୟୋଗ କରି ଓଡ଼ିଶାର ଚାଷୀମାନେ କିପରି ଉନ୍ନତି କରିପାରିବେ ସେଥିନିମନ୍ତେ ବିଶ୍ୱବିଦ୍ୟାଳୟ ସର୍ବଦା ଉଦ୍ୟମ କରିଆସିଛି । ଏଥି ନିମନ୍ତେ ସଂପ୍ରସାରଣ ସେବାକୁ ଦୃଢ଼ କରାଯିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ.ଏମ୍‌.ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃର୍ତ୍ତିକା ଓ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ପ୍ରମୁଖ ବିଭାଗ ଦ୍ୱାରା ଖରିଫ ଚାଷ ନିମନ୍ତେ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟ ଖସଡା ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!