ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ଚମ୍ପତ୍ତିପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ଆଜି କୋରମ ଅଭାବରୁ ବୈଠକ ବାତିଲି କରାଯାଇଛି । ଗତ ୧୧.୧୧.୨୦୨୪ ତାରିଖ ଦିନ ୧୦ ଜଣ ୱାର୍ଡ ସଭ୍ୟ ଉପ ଜିଲ୍ଲାପାଳଙ୍କୁ ଅନାସ୍ଥା ସମ୍ବନ୍ଧରେ ଲିଖିତ ଅଭିଯୋଗ କରିଥିଲେ । ପ୍ରଶାସନ ପକ୍ଷରୁ ଗତ ୦୩.୦୧.୨୦୨୫ ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ଅନାସ୍ଥା ଆଗତ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ସଠିକ ସମୟ ପୂର୍ବରୁ ନିର୍ବାଚନ ଅଧିକାରୀ ଡେପୁଟି କଲେକ୍ଟର ପ୍ରଭାତୀ ମହାରଣା ଉପସ୍ଥିତ ରହିଥିଲେ ।

ମାଜିଷ୍ଟ୍ରେଟ ଭାବେ ଆଡିସନାଲ ତହସିଲଦାର ଅମିତା ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏଥି ସହିତ ଭାରପ୍ରାପ୍ତ ଏସଟିପିଓ ଦୁଷ୍ମନ୍ତ କୁମାର ପୃଷ୍ଟି, ନୟାଗଡ଼ ବିଡିଓ ରାଜେଶ କେଶରୀ ସ୍ୱାଇଁ, ଜିପିଓ ତୁଷାରକାନ୍ତ ରାଉତ ଉପସ୍ଥିତ ରହିଥିଲେ । ଏଥି ସହିତ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ଫୋର୍ସ ମୃତୟନ ହେବା ସହ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା । ସଠିକ ସମୟରେ ମଧ୍ୟରେ ୬ ଜଣ ୱାର୍ଡ ସଭ୍ୟ ଉପସ୍ଥିତ ରହିଥିଲେ । କୋରମ ଅଭାବରୁ ବୈଠକକୁ ବାତିଲ କରାଯାଇଥିଲା ।





